ଜିଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ  କଏଦୀମାନଙ୍କୁ ସତନ୍ତ୍ର ଧନ୍ଦାମୁଳକ ପ୍ରଶିକ୍ଷଣ ଶିବିର

ଯାଜପୁର, ୦୩/୦୨/୨୦୨୪ (ଓଡ଼ିଶା ସମାଚାର)-ଜିଲା ଆଇନ ସେବା ପ୍ରାଧିକରଣ, ଯାଜପୁର ଆନୁକୁଲ୍ୟରେ ତା ୦୩.୦୨.୨୦୨୪ ରିଖ ଶନିବାର ଦିନ ଯାଜପୁର ଜିଲାର  ରଗଡ଼ି ଉପକାରାଗାର ଠାରେ ଏକ ଧନ୍ଦାମୁଳକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛିା ଏହି  ଶିବିରରେ ଉକ୍ତ ଜେଲର ଅନ୍ତେବାସୀ ମାନେ କିପରି ବିଭିନ୍ନ ଧନ୍ଦାମୁଳକ ପ୍ରଶିକ୍ଷଣ ର ସୁବିଧା ସୁଯୋଗ ନେଇ ନିଜକୁ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେହିଭଳି ଉପଦେଶମାନ ଦିଆଯାଇଥିଲା  ।

ଏହି ଶିବିରରେ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ, ଉପକାରାଗାର ଅଧ୍ୟକ୍ଷା, ଶୀ୍ରମତୀ ଅନୂସ୍ୱୟା ଷଡ଼ଙ୍ଗୀ, ଜିଲା ଦକ୍ଷତା ବିକାଶ  ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଆ, ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି   ପ୍ରଶିକ୍ଷଣ ପ୍ରତିଷ୍ଠାନ, ଯାଜପୁରର ନିର୍ଦ୍ଧେଶକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ନାୟକ ଏବଂ ପ୍ରଶିକ୍ଷକ, ଶୀ୍ର ପ୍ରସନ୍ନ କୁମାର ରାଉତ  ପ୍ରମୁଖ ଉପସ୍ଥିତ ରହି ଜେଲର ଅନ୍ତେବାସୀମାନଙ୍କୁ ବିଭିନ୍ନ ଧନ୍ଦାମୁଳକ ଶିକ୍ଷା ର ପ୍ରଶିକ୍ଷଣ ଦେଇଥିଲେ, ଯେପରି କି ବିଭିନ୍ନ ପ୍ରକାର ମସଲା, ଉଜ୍ଜାଲା(ନୀଳ), ଛତୁ ଚାଷ ଓ ଘରସଫା ପାଇଁ ଫିନାଇଲ୍ ଇତ୍ୟାଦି ।  ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ତେବାସୀମାନଙ୍କୁ ଏହି ପ୍ରଶିକ୍ଷଣ ଶିବିରର ଉପାଦେୟତା ବିଷୟରେ ବୁଝାଇ କିପରି ସେମାନେ ନିଜର ବୌଦ୍ଧିକ ବିକାଶ କରିପାରିବେ ବିସ୍ତୃତ ଭାବେ କହିଥିଲେ ଏବଂ ଅନ୍ତେବାସୀ ମାନଙ୍କ ପାଇଁ କେଉଁ ପ୍ରକାରର ଆଇନଗତ ସୁବିଧା ସୁଯୋଗ ଅଛି ମଧ୍ୟ କହିଥିଲେ । ଉପକାରାଗାର ର ଅଧ୍ୟକ୍ଷା ବିଭିନ୍ନ ପ୍ରକାର ର ସହଯୋଗ ଦେଇ ଏହି ଶିବିରକୁ ସାଫଲ୍ୟମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *