ସମଲିଙ୍ଗି ସମ୍ପର୍କ ନେଇ ହତ୍ୟାକାଣ୍ଡ  

ଖୋର୍ଦ୍ଧା,୪/୧/୨୪(ଓଡ଼ିଶା ସମାଚାର/ଦୀପକ ପ୍ରଧାନ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁରେ  ଘଟିଥିବା ହତ୍ୟାକାଣ୍ଡ  ଉପରୁ ପରଦା ହଟାଇଛି ପୋଲିସ୍ । ସମଲିଙ୍ଗି ସମ୍ପର୍କକୁ ନେଇ  ହତ୍ୟାକାଣ୍ଡ  ଘଟିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ। ଘଟଣାରୁ ପ୍ରକାଶ   ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ରାମ ନାଟକ ଯାତ୍ରାରେ ରୋଲ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଥ ନାମକ ଜଣେ ତୃତିୟଲିଙ୍ଗି କୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ଦୈହିକ ସମ୍ପର୍କ ରଖିଥିଲେ। ରଶ୍ମିରଞ୍ଜନର ସୋମନାଥ ସହିତ ପ୍ରେମ ବିଛେଦ ହେବାରୁ ଜାନୁଆରୀ ୨ତାରିଖ ଦିନ ରଶ୍ମିରଞ୍ଜନର ପରିବାର ଲୋକ ଘରେ ନ ଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ଏକୁଟିଆ ପାଇ ଘର ଭିତରେ ତୃତିୟଲିଙ୍ଗି ସୋମନାଥ ଲାଥ ଲୁହା ରଡରେ ଆକ୍ରମଣ କରିବାରୁ ରଶ୍ମିରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନାଅଳଙ୍କାର ଲୁଟ କରି ମୋଟର ସାଇକେଲ ନେଇ ଫେରାର ହୋଇଯାଇଥିଲା। ରଶ୍ମିରଞ୍ଜନଙ୍କ ମାଆ ଏନେଇ ଜଂକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସୋମନାଥ କୁ ଧରିବା ପାଇଁ ପୋଲିସ ୩ଟି ଟିମ ଗଠନ କରି ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ଅଭିଯୁକ୍ତ କୁ ଯାଜପୁର ରୁ ଗିରଫ କରିଛି ପୋଲିସ। ସମଲିଙ୍ଗି ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *