ମଧୁବାବୁ ଥିଲେ ସମଗ୍ର ଓଡ଼ିଆଙ୍କ  ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ

ଭୁବନେଶ୍ୱର, ୦୩/୦୨/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା କଲଚୁରାଲ ସର୍କଲ ଏବଂ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଧାରିତ ଯୁବ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ଚୌଧୁରୀ ଅମିତାଭ ଦାଶଙ୍କ ପୌରହିତ୍ୟ ଓ ଡ. ଜେ.କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତି୍ୟକ ଦାଶ ବେନହୁର ସମ୍ମିଳନୀର ଭିତିପ୍ରବନ୍ଧ ଉପସ୍ଥାପନ କରିବା ସହିତ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ବାଗ୍ମୀ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ, ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ୍ ଡ. ଡି.ଏନ୍. ମିଶ୍ର, ଓଡ଼ିଶା ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ଉପସ୍ଥିତ ରହିବା ସହିତ ମଧୁବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ବିଷୟରେ ଆଲୋକପାତ କରିଥିଲେ । ଓଡ଼ିଆ ଭାଷା, ସ୍ୱାଧୀନତା ସଂଗ୍ରାମ, ଆଇନ ବିଶାରଦ ତଥା ବହୁମୁଖୀ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱଙ୍କ ଜୀବନଦର୍ଶନ ଆଜି ବି ବହୁ ପ୍ରାସଙ୍ଗିକତା ବହନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଯୁଗ୍ମ ସମ୍ପାଦକ ସାଲୁଟ ସାହୁ କାର୍ଯ୍ୟକ୍ରମ ପରି•ଳନା କରିଥିବା ବେଳେ ସହଯୋଗ କରିଥିଲେ ଡ. ଜେନାମଣି ସଞ୍ଜୀବ କୁମାର, ବିଶ୍ୱରଞ୍ଜନ ଦାସ ଏବଂ ଡ. ମୃତୁ୍ୟଞ୍ଜ ରଥ ସଂଯୋଜନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *