କୁଏତ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆ ଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଲା

                                        ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୫/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ ଙ୍କ ପାର୍ଥିବ ଶରୀର ସ୍ବତନ୍ତ୍ର ବିମାନ ଯୋଗେ ଶନିବାର ଭୁବନେଶ୍ୱରରେ ପହଞ୍ଚିଛି। ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ଗାଡି ଯୋଗେ ମୃତଦେହକୁ ସେମାନଙ୍କ ଜନ୍ମମାଟିକୁ ପଠାଯାଇଛି। ବିମାନ ବନ୍ଦରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡାଙ୍କ ସମେତ ଅସ୍ଥାୟୀ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ, କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଆସିକା ଏମ୍‌ପି ଅନୀତା ଶୁଭଦର୍ଶିନୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉଭୟଙ୍କ ପରିବାରର ନିକଟତମ ସଂପର୍କୀୟଙ୍କୁ ୪ ଲକ୍ଷର ଅନୁକମ୍ପା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା।କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ମୃତ ମହମ୍ମଦ ଜହୁର ଓ ଆସିକାରେ ସାଂସଦ ଅନୀତା ଶୁଭଦର୍ଶିନୀ  ଓ ମନ୍ତ୍ରୀ ବିଭୂତିଭୂଷଣ ଜେନା ସନ୍ତୋଷ ଗୌଡ଼ଙ୍କର ମର ଶରୀରକୁ ନେଇ ନିଜ ନିଜ ଗାଁକୁ ନେବେ ବୋଲି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ କହିଛନ୍ତି।

Leave a Reply

Your email address will not be published. Required fields are marked *