ସ୍ବେଛାସେବୀ ଅନୁଷ୍ଠାନ “ଛୋଟ ଏକପ୍ରୟାସ”ର ୫ମ ବାର୍ଷିକ ଉତ୍ସବ

ଖଜୁରିଆକଟା ୧୨/୦୧/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ଉପଖଣ୍ଡରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ର ପଞ୍ଚମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜି ହିନ୍ଦୋଳ ଉପଖଣ୍ଡ ରଞ୍ଜlଗୋଳ ଧୂନିଘର ମଣ୍ଡପ ଠାରେ ଅନୁଷ୍ଠିତ ଏହି ଉତ୍ସବରେ  ମୁଖ୍ୟ ଅତିଥି  ଭାବରେ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡ. ସାଗର କୁମାର ପ୍ରଧାନ,ମୁଖ୍ୟ ବକ୍ତା କାର୍ତ୍ତିକେଶ୍ୱର ସାମଲ,ସମାନିତ  ଅତିଥିଭାବେ ଚିନ୍ମୟୀ ଦାସ, ଅବିନାଶ ପ୍ରଧାନ,ସାମ୍ବାଦିକ  ସୁଶାନ୍ତ ପତି, ପ୍ରଶାନ୍ତ କୁମାର ଜେନାମାଣି,ସମାଜସେବୀକା ବିଦ୍ୟାଶ୍ରୀ ଦାସ ପ୍ରମୁଖ ଯୋଗଦେଇଥିଲେ। କୁନି କୁନି ପିଲାମାନଙ୍କ ଦ୍ୱାରା ସୀଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାବେଳେ ଅତିଥି ମlନେ ସଂଗଠନର ଉତ୍ସର୍ଗୀକୃତ ସମାଜସେବା ପାଇଁ ଭୁୟସୀ ପ୍ରଶଂସା କରିଥିଲେ। ତେବେ ସମାଜରେ ସମାଜସେବାରେ ଉଲ୍ଲେଖନିୟ କାର୍ଯ୍ୟପାଇଁ ଓଡ଼ିଶାର ୪୦ଟି ସ୍ବେଛାସେବୀ ଅନୁଷ୍ଠାନ ସହ ହିନ୍ଦୋଳର ବିଶିଷ୍ଟ ସାମ୍ବାଦିକ ପ୍ରଶାନ୍ତ ଜେନାମଣି, ପ୍ରଭାତ ପୃଷ୍ଟି, ପ୍ରଦ୍ୟୁମ୍ନ ବେହେରା, ସୁଜିତ ବେହେରା, ଗୌତମ ମୁଦୁଲି, ସୁଶାନ୍ତ ବେହେରା, ଜଗନ୍ନାଥ ଦାସ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ହିନ୍ଦୋଳ ଉପଖଣ୍ଡରେ ଗରିବ ନିଃସହାୟ, ସମାଜରେ ଦଳିତ ଅବହେଳିତ ଲୋକ ମାନଙ୍କ ପାଇଁ ଛୋଟ ଏକ ପ୍ରୟାସ ଅନୁଷ୍ଠାନ ନିଷ୍ଠାପର ଭାବରେ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନିୟ ସେବା ଯୋଗାଇଦେଇ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି ବୋଲି ଉଚ୍ଚ ପ୍ରଶଂସା କରିଛନ୍ତି ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଏବଂ ସବୁ ବର୍ଗର ଲୋକ।

Leave a Reply

Your email address will not be published. Required fields are marked *