ଭୁଶୁଡି ପଡିଲା ଚିତ୍ରୋତ୍ପଳା କେନାଲ ପୋଲର ଅପ୍ରୋଚ : ଯାତାୟାତ ଠପ୍

ନିଶ୍ଚିନ୍ତକୋଇଲି ,୦୧/୧୦/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) – ମହାନଦୀ ଚିତ୍ରୋତ୍ପଳା ଦ୍ବିପାଞ୍ଚଳ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ର ଜନାର୍ଦ୍ଦନପୁର ଠାରେ ଚିତ୍ରୋତ୍ପଳା ଦକ୍ଷିଣ କେନାଲ ର ବଢ଼େଇ ସାହି କେନାଲସେତୁରମୁଣ୍ଡ  ଆପ୍ରୋଚ ରାସ୍ତାରେ ‘ପ୍ରାୟ ୧୫ ଫୁଟ ଓସାର ଗର୍ତ୍ତ ହୋଇଯିବାରୁ ଗ୍ରାମବାସୀ ତଥା ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛି । ଗତକାଲି ମଧ୍ୟ ରାତ୍ରରେ ହଠାତ ବିକଟାଳ ଶବ୍ଦକରି ରାସ୍ତା ଭୁଶୁଡି ଯାଇଥିଲା । ପୋଲ ମୁଣ୍ଡ ରାସ୍ତା ଦବିଯିବାରୁ ସାଧାରଣ ଲୋକ ଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲାମାନେ, ଗୃହ ପାଳିତ ପଶୁ, ରୋଗାକ୍ରାନ୍ତ ଲୋକେ ଜରୁରୀ କାର୍ୟ୍ୟରେ ଯିବା ସମ୍ଭବ ହେଉନାହିଁ । ଏଠାରେ ଉଲ୍ଲେଖନୀୟ ଯେ,ଏହି ଗ୍ରାମ ହେଉଛି ପ୍ରଥମ କାର୍ଗିଲ ସହିଦ ଗୋପୀନାଥ ମହାରଣା ଙ୍କ  ନିଜଗ୍ରାମ ଓ  ଘରକୁ ଯିବା ପାଇଁ ଏକମାତ୍ର ରାସ୍ତାର ସେତୁ । ଏପର୍ୟ୍ୟନ୍ତ ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଆସିନଥିବାବେଳେ, ଲୋକେ ଯାତାୟାତ ପାଇଁ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ପୋଲମୁଣ୍ଡ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବିକରିଛନ୍ତି ।

Leave a Reply

Your email address will not be published. Required fields are marked *