ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ  ଆଉ ୫ ଜଣ ସାମିଲ

ଭୁବନେଶ୍ୱର, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ  ଆଉ ୫ ଜଣ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ସାଧାରଣ ସମ୍ପାଦକ ଓ ୪ ଜଣ ସମ୍ପାଦକ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଆରତ ରଞ୍ଜନ ବିଶ୍ୱାଳ ଦଳର ନୂଆ ସାଧାରଣ ସମ୍ପାଦକ ହୋଇଛନ୍ତି । ସେହିଭଳି ଚିରଞ୍ଜୟ ସାହୁ, ବିଜୟ କୁମାର ବେହେରା, ସୋମିତ ମିତ୍ର ଏବଂ ଜନସନ ମହାପାତ୍ର ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଏ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *