କଟକ ସଦର, ୩୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ବସୁନ୍ଧରା ରେ ଆଜି ଗୁରୁବାର ଦିନ କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ସମାଜସେବୀ ପ୍ରଫୁଲ୍ଲ ସିଂହ ତାଙ୍କର ୬୦ ତମ ଜନ୍ମ ଦିନ ପାଳନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହ ବସୁନ୍ଧରାରେ ଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ସହିତ ସେମାନଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସୂଦର୍ଶନ ଜେନା, ନୀଳମାଧବ ଖୁଣ୍ଟିଆ, ତ୍ରିଲୋଚନ ସ୍ୱାଇଁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରଫୁଲ୍ଲ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ପରିଚାଳନାରେ ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ବସୁନ୍ଧରା ର ସୁପରିଟେଣ୍ଡେଣ୍ଟ ଅର୍ଚ୍ଚନା ମହାନ୍ତି ପ୍ରମୁଖ ସହାୟତା କରିଥିଲେ। ସେହିପରି ପ୍ରଫୁଲ୍ଲ ସିଂହ ସକାଳେ ଚୈ।ଦ୍ୱାର ହିନ୍ଦ୍ ସେବକ ସଂଘ ଆଶ୍ରମରେ ପିଲାମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ।
