ଗରଦପୁର,୧୧ /୦୧/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ପଞ୍ଚାୟତ ସମିତି ର ପଦ୍ମପୁର ପଞ୍ଚାୟତ ରେ ଆଜି ଶ୍ରୀ ଜଗନ୍ନାଥ ପରିକ୍ରମା ଅର୍ପଣ ରଥ ସମସ୍ତ ଜଗନ୍ନାଥ ପ୍ରେମୀ ଭାଇ ଭଉଣୀ,ମିଶନ ଶକ୍ତି ମା ମାନଙ୍କୁ ନେଇ ବିଞ୍ଚଣା ଗ୍ରାମ ଠାରେ ଶୁଭାରମ୍ଭ ହୋଇଥିଲା।ଏହି ଭବ୍ୟ କାର୍ୟ୍ୟକ୍ରମକୁ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ଓ ସରପଂଚ ଅନୁସୟା ବେହେରା ଶୁଭାରମ୍ଭ କରିଥିଲେ ।
କାର୍ଯ୍ୟକ୍ରମ ର ଶୁଭାରମ୍ଭ ପରେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ ସରପଞ୍ଚ ଅନୁସୟା ବେହେରା ଅର୍ପଣ ପାତ୍ର ଧରି ଘର ଘର ବୁଲି ଅକ୍ଷତ ଚାଉଳ,ଗୋଟାଗୁଆ ସଂଗ୍ରହ କରିଥିଲେ। ଏହି କାର୍ୟ୍ୟକ୍ରମରେ ଗରଦପୁର ବ୍ଲକ୍ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲୀପ ସାହୁ, ବଙ୍ଗାଳପୁର ସରପଞ୍ଚ ଅମିୟ ଜେନା, ତଳକୁସୁମା ସରପଞ୍ଚ ପ୍ରଭାତ ନଲିନୀ ଜେନା ,
ବେଡାରୀ ସରପଞ୍ଚଙ୍କ ପ୍ରତିନିଧି ଗଙ୍ଗାଧର ମିଶ୍ର, ପାଟକୁରା ର ପୂର୍ବତନ ସରପଞ୍ଚ ସୂର୍ୟ୍ୟମଣୀ ସେଠୀ, ବନ୍ତଳା ସମିତି ସଭ୍ୟ ବ୍ରଜ କିଶୋର ସାହୁ ପ୍ରମୁଖ ସମସ୍ତ ଜନପ୍ରତିନିଧି ରହି ପ୍ରଭୁ ଜଗନ୍ନାଥଙ୍କର ଆଶିର୍ବାଦ ଲାଭ କରିଥିଲେ।
ପଦ୍ମପୁର ପଞ୍ଚାୟତ ରେ ଗଡ଼ିଲା ଶ୍ରୀ ଜଗନ୍ନାଥ ପରିକ୍ରମା ଅର୍ପଣ ରଥ
