କବୟିତ୍ରୀ ଛବି ରାଣୀ ପତିଙ୍କୁ ସରଳା ଦେବୀ ସାରସ୍ଵତ ସମ୍ମାନ ପ୍ରଦାନ

କଟକ ୨୧/୦୮/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ଲବ୍ଧପ୍ରତିଷ୍ଠ ସାହିତ୍ୟିକା ସାରସ୍ଵତ ସାଧିକା ତଥା ବିରିଡି ବ୍ଲକ୍ ଦଳେଇଘାଇ ସନ୍ନିକଟ ମଧ୍ୟଶାସନ ଗ୍ରାମ ନିବାସୀ ଛବିରାଣୀ ପତିଙ୍କୁ ତାଙ୍କର ସାମଗ୍ରିକ କୃତି ପାଇଁ “ସରଳା ଦେବୀ ସାରସ୍ଵତ ସମ୍ମାନ – ୨୦୨୬”ରେ ସମ୍ମାନିତ କରାଯାଇଛି ।

କଟକ ସାରଳା ଭବନରେ ଆଇନଜୀବୀ ନିରଞ୍ଜନ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଲୌହମାନବୀ ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ, ବରେଣ୍ୟ ଅତିଥି ଭାବେ ଡଃ ଇଂ.ପ୍ରଭାକର ସ୍ୱାଇଁ,ଡଃ ମନସ୍ବିନୀ ସାହୁ,ଡଃ.ବୈଜୟନ୍ତୀ ନାୟକ ପ୍ରମୁଖ ଯୋଗଦେଇ ଶ୍ରୀମତୀ ପତିଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ ।

ଏଥିପାଇଁ  ଗୀତିକବି ଡଃ ତୋଫାନ ଜେନା, ଗୀତିକବି ବାମଦେବ ସ୍ବାଇଁ, ଖ୍ୟାତି ସମ୍ପନ୍ନ କବି ତଥା ସମାଜସେବୀ ପୀତାମ୍ବର ମହାପାତ୍ର,କବୟିତ୍ରୀ ସଂହିତା ଜେନା,କବୟିତ୍ରୀ ତଥା ଆଦର୍ଶ ନାରୀ ପ୍ରତିଭା କୁନ୍ତଳା ମହାପାତ୍ର ପ୍ରମୁଖ ଶ୍ରୀମତୀ ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *