ଫକିରପଡା ଵରୁଣେଇ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ମାନସୀ ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

କଟକ ସଦର,୩୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତଥା ସଦର ମଣ୍ଡଳ ଅଧିନସ୍ଥ ଫକିରପଡା ଵରୁଣେଇ ବିଦ୍ୟାପୀଠର ପ୍ରଧାନଶିକ୍ଷୟିତ୍ରୀ ମାନସୀ ଦାଶଙ୍କୁ ଆଜି ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଭାବାବେଗ ପରିବେଶ ମଧ୍ୟରେ ଦିଆଯାଇଥିବା ଜଣାପଡିଛି।

ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାରା ଧନୱ।ରଙ୍କ ପୈ।ରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା  ସଭାରେ ନିରଞ୍ଜନ ସ୍ୱ।ଇଁ, ସଂଯୁକ୍ତା ମହାରଣା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଅଲେଖ ଚନ୍ଦ୍ର ବେଉରା, ଉଷାରାଣୀ ନନ୍ଦ, ରମେଶ ଚନ୍ଦ୍ର ଦାସ, ସିଆରସିସି ଜ୍ୟୋତି ସାହୁ, ପୂର୍ବତନ ସରପଂଚ ଜତିନ୍ଦ୍ର ରାଉଳ, ପୂର୍ବତନ ସରପଂଚ ନଳିନୀପ୍ରଭା ଉଦଗାତା, ପ୍ରଦୀପ୍ତ କୁମାର ପଣ୍ଡା, ଅମୀୟ କୁମାର ପରିଡ଼ା ଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଅଭିଭାବକ ଅଭିଭାଵିକା ଯୋଗଦେଇ ଅବସର ନେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ମାନସୀ ଦାଶଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *