ପ୍ରହରାଜପୁରରେ ଦରଘା-ଏ-ଗୌସ-ଏ-ଆଜାମଙ୍କ ୮୨ ତମ ବାର୍ଷିକ ଉତ୍ସବ

କଟକ ସଦର ,୨୯/୦୯/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ଠାରେ ଦରଘା-ଏ-ଗୌସ -ଏ- ଆଜାମଙ୍କ ୮୨ ତମ ବାର୍ଷିକ ଭାଇଚାରାର ଉର୍ସ ଉତ୍ସବ ସୋମବାର ପ୍ରାତଃ ସମୟରୁ ସାରା ଦିନ ଓ ସାରା ରାତି ମହାସମାରୋହରେ ଅନୁଷ୍ଠିତ ହୋଇ ଆଜି ମଙ୍ଗଳବାର ପ୍ରତ୍ୟୁଷରୁ ଉଦଯାପିତ ହୋଇଯାଇଛି।

ଏହି ଅବସରରେ କୁରଆନ ଖାନୀ,ଫାତେହା,ନାତଖାନୀ,ଚାଦର ପୋଷୀ,ଲଙ୍ଗର-ଏ-ଆମ ତକରିର ଆଦି କାର୍ୟ୍ୟକ୍ରମ ଯଥାବିଧି ଅନୁଷ୍ଠିତ ହୋଇଥିଲାବେଳେ ବହୁ ବିଶିଷ୍ଟ ମୌଲାନା ମାନେ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କିଶନନଗର ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ଯୋଗ ଦେଇଥିବାବେଳେ ଏମାନଙ୍କ ସହିତ ସାମ୍ବାଦିକ ମାନଙ୍କୁ ଉର୍ସ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଉତ୍ସବ ସ୍ଥଳରେ କିଶନନଗର ସାମନ୍ତରାପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ଆନୁକୁଲ୍ୟରେ ତଥା ‘ରୋଜାଲିନ୍ ହେଲପିଙ୍ଗ ଟ୍ରଷ୍ଟ’ ପକ୍ଷରୁ ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ବାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀ ଙ୍କ ପରିଚାଳନାରେ ମାଗଣା ଟି ଷ୍ଟଲ ଓ ମାଗଣା ପ୍ରାଥମିକ ଚିକିତ୍ସା ଶିବିର ଖୋଲାଯାଇଥିଲା।

କାର୍ୟ୍ୟକ୍ରମ ପରିଚାଳନାରେ ଉର୍ସ କମିଟି ର ସଭାପତି ଶେଖ୍ ଫଜଲେ ରଵ୍, ଉପସଭାପତି ଶେଖ୍ ଇଲିଆସ୍ ଅଲ୍ଲୀ, ସଂପାଦକ ୟାକୁବ ଖାଁ,ସହ ସଂପାଦକ ଶେଖ୍ ଵାସିତ ଅଲ୍ଲୀ, ଶେଖ୍ ମୁର୍ତ୍ତୁଜା, କୋଷାଧ୍ୟକ୍ଷ ସାଵିର ଅଲ୍ଲୀ ଖାଁ,ସହ କୋଷାଧ୍ୟକ୍ଷ ସୟଦ ରମଜାନ ଅଲ୍ଲୀ, ଆଜାଦ୍ ଅଲ୍ଲୀ ଖାନ, ଶେଖ୍ ୟାକୁବ ଅଲ୍ଲୀ, ଶେଖ୍ ସିରାଜ ଉଲ୍ଲା, ଶେଖ୍ ଖଲିଲ୍,ମହେଦୁନ ଖାଁ, ଶେଖ୍ ସରିଫ,ଅଦ୍ଦୁର ରହିମ୍, ଶେଖ୍ ଟୁନ୍, ମହମ୍ମଦ ସିଦ୍ଧାନ୍ତ, ଅବଦୁଲ ବହିର, ମହମ୍ମଦ ଫଜୋ, ଶେଖ୍ ସଲିମ୍,ସାଜନ ଖାଁ, ଶେଖ୍ ଜୌହିଦ,ଅଵତାଵ ଅଲ୍ଲୀ ଖାଁ, ଶେଖ୍ ରାହେମ ତଉଲା, ଶେଖ୍ ଜାହିଦ, ଶେଖ୍ ଟୁଟୁନ୍, ଶେଖ୍ ସହିଲ, ଶେଖ୍ ତୋଫାନି, ଶେଖ୍ ଆଜମ ପ୍ରମୁଖ ସମସ୍ତ ସଦସ୍ୟଙ୍କ ସମେତ ସରପଂଚ ଅବଦୁଲ ୱ।ହିଦ ଖାଁ,ସମିତି ସଭ୍ୟ ଲିଆକତ ଅଲ୍ଲି ଖାନ୍ ସହାୟତା କରିଥିଲେ।

ସୂଚନାଯୋଗ୍ୟ ଯେ ଉକ୍ତ ପୀଠରେ ମୁସଲିମ ପୂଜକଙ୍କ ସହିତ ହିନ୍ଦୁ ପୂଜକ ପୂଜାର୍ଚ୍ଚନା କରି ଆସୁଥିବାଵେଳେ ହିନ୍ଦୁ ଭୋଗ ଵିକାଳୀ ଭୋଗ ବିକ୍ରି କରି ଥାଆନ୍ତି।

Leave a Reply

Your email address will not be published. Required fields are marked *