କଟକ ସଦର, ୨୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଵସ୍ତପଡା ଗ୍ରାମର ଚପଳା ପଣ୍ଡା ଙ୍କର ଗତକାଲି ରବିବାର ରାତିରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡିଛି। ସିଏ ଜଣେ ମିଷ୍ଟଭାଷୀ ଅମାୟିକ ପରୋପକାରୀ ଓ ଧର୍ମପରାୟଣ ମହିଳା ଥିବାରୁ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୃତ୍ୟୁ ଖବର ପାଇ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସ୍ୱର୍ଗତା ଚପଳା ପଣ୍ଡା ଙ୍କ ବାସଭବନରେ ପହଞ୍ଚି ଶଵାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକସନ୍ତପ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ଗ୍ରାମ ସ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ଯୁବ ସମାଜସେବୀ ଶୁଭେନ୍ଦୁ ପଣ୍ଡା (ଟୁଟୁ) ମୁଖାଗ୍ନୀ ଦେଇଥିଲେ।
