କଟକ, ୨୯/୧୧/୨୦୨୩(ଓଡ଼ିଶା ସମାଚାର) : ୪୨ ମୌଜା ଗୋବିନ୍ଦପୁର ମା ବିଳାଶୁଣୀଙ୍କ ପୀଠରେ ଅଷ୍ଟମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହେବ । ଏହି ମହାଯଜ୍ଞ ନିମନ୍ତେ ମା ଶାରଳାଙ୍କ ଆଜ୍ଞାମାଳ ବିଜେ କରାଯାଇଛି । ଶହ ଶହ ସଂଖ୍ୟା ଶ୍ରଦ୍ଧାଳୁ କଳସ ଯାତ୍ରାରେ ଯୋଗ ଦେଇ ମାଙ୍କ କୃପା ଲାଭ କରିଛନ୍ତି । ଅନୁଷ୍ଠାନର କର୍ମକର୍ତ୍ତା ପ୍ରକାଶ ମୁଦୁଲି,ସଚ୍ଚିଦାନନ୍ଦ ମୁଦୁଲି ,ସାଗର ପରିଡା ,ସୁଶୀଲ ସାହାଣୀ,ଦେବୀପ୍ରସାଦ ରଥ ,ସରୋଜ ସାହାଣୀ ,ସୁବାଷ ସ୍ୱାଇଁ,ପ୍ରଦୀପ ପରିଡା,ବିଚିତ୍ର ରାଉତ,ଦିପ୍ତୀରଂଜନ ମୁଦୁଲି,ଚିତନ୍ୟ ମୁଦୁଲି ,ଦାଶରଥୀ ମୁଦୁଲି ,ବିକାଶ ମୁଦୁଲି,ତାପସ ରଥ ,ମୀଲନ ପାଣି ,ପ୍ରତାପ ପତି ,ପିଙ୍କୁ ବସ୍ତିଆ ,ସମରେନ୍ଦ୍ର ସ୍ୱାଇଁ ,ସାହିଲ ସାହାଣୀ ପ୍ରମୁଖ ମାଙ୍କ ଯାତ୍ରାରେ ସହଯୋଗ କରିଥିଲେ । ଗୋବିନ୍ଦପୁର ଗ୍ରାମ ବାସିଙ୍କ ସହଯୋଗରେ ଏହି ମହାଯଜ୍ଞ ଅନୁଷ୍ଠିତ ହେଉଅଛି ।