ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଶିବିର

ଜଗତସିଂହପୁର, ୨୬/୦୪/୨୦୨୬ (ଓଡ଼ିଶା ସମାଚାର)-ନିକ୍ଷୟ ମିତ୍ର ଶିବିର ଅନ୍ତର୍ଗତ ସାଲପୁର ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ୧୦୦ ଦିନ ୨.୦ ଶିବିର କରାଯାଇଥିଲା । ସରପଞ୍ଚ ଏବଂ ଅନ୍ୟ ଗ୍ରାମ ପଞ୍ଚାୟତ ସଦସ୍ୟମାନେ ଏହି ଶିବିରରେ ଯୋଗ ଦେଇଥିଲେ । ଏହି ଏକ୍ସ-ରେ ଶିବିରରେ ଯକ୍ଷ୍ମା ରୋଗ ନିର୍ଣ୍ଣୟ ପାଇଁ ଲୋକଙ୍କ ଛାତିର ଏକ୍ସରେ କରାଯାଇଥିଲା ।ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜଗତସିଂହପୁର ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା

Leave a Reply

Your email address will not be published. Required fields are marked *