ପଞ୍ଜାବ ସ୍କୁଲରେ ଟପ୍ପର ହେଲେ ଓଡ଼ିଆ ଝିଅ ଦେବ୍ୟାନି ଗିରି

ଭୁବନ ୨୬/୦୪/୨୦୨୬ (ଓଡ଼ିଶା ସମାଚାର)- ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ ( ସି ବି ଏସ ଇ) ଦଶମ ଶ୍ରେଣୀ ପରୀକ୍ଷାରେ ପଞ୍ଜାବ ସ୍କୁଲରେ ଓଡ଼ିଆ ଝିଅ ଟପ୍ପର ହୋଇ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି। ପ୍ରାପ୍ତ ଖବରରୁ ପ୍ରକାଶ ଯେ,କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ  ନିଳକଣ୍ଠପୁର ଗ୍ରାମର ରବୀନ୍ଦ୍ର ଗିରି ଓ ସୁଚିସ୍ମିତା ଗିରି ଙ୍କ ଝିଅ ଦେବ୍ୟାନୀ ଗିରି ପଞ୍ଜାବ ରାଜ୍ୟ ଲୁଧିଆନା ସ୍ଥିତ ଶ୍ରୀ ଗୁରୁରାମ ରାୟ ପବ୍ଲିକ ସ୍କୁଲର ଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖି ସ୍କୁଲରେ ଟପ୍ପର ହୋଇ ଓଡ଼ିଶା ରାଜ୍ୟ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି।

ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଦେବ୍ୟାନୀ ତାଙ୍କର ଏହି ସଫଳତା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ଉନ୍ନତ ମାନର ଶିକ୍ଷାଦାନ,ନିଜ ପରିଶ୍ରମ,ଅଭିଭାବକ ଏବଂ ସର୍ବୋପରି ଭଗବାନଙ୍କ ଆଶୀର୍ବାଦ କୁ ଶ୍ରେୟ ଦେଇଛନ୍ତି । ବିନା ଟିୟୁସନରେ ନିୟମିତ ଅନଲାଇନ/ୟୁଟ୍ୟୁବରେ ପାଠପଢ଼ା ଓ ଦୃଢ଼ ଆତ୍ମବିଶ୍ୱାସ ତାଙ୍କ ସଫଳତାର ରହସ୍ୟ ବୋଲି କହିଛନ୍ତି ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ନିଜ ଜନ୍ମମାଟି ଓଡ଼ିଶାରେ ରହି ଲୋକଙ୍କ ସେବା କରିବା ତାଙ୍କର ସ୍ୱପ୍ନ ବୋଲି କହିଛନ୍ତି । ଝିଅର ଏହି ସଫଳତାରେ ତାଙ୍କ ବାପା,ମା ଖୁସିରେ ଆତ୍ମହରା ହୋଇପଡିଛନ୍ତି। ସୁଶ୍ରୀ ଦେବ୍ୟାନୀ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ରାଜ୍ୟ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଙ୍କ ସମ୍ପର୍କୀୟ ଝିଆରୀ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *