ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫି ଉଦଘାଟିତ

ଜଗତସିଂହପୁର,୨୬/୦୪/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ  ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫି ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା କ୍ରୀଡା ସଂସଦ ର ମିଳିତ ଆନୁକୂଲ୍ୟରେ ୨୪/୦୪/୨୬ ରିଖ ରେ ଉଦଘାଟିତ ହୋଇଯାଇଛି ।

 ଉକ୍ତ ପ୍ରତିଯୋଗିତା ଆଗାମୀ ୩୦. ୦୪. ୨୦୨୬ ରିଖ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ଉତ୍ସବରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ମୁଖ୍ୟ ଅତିଥି ଏବଂ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଦୋଳଗୋବିନ୍ଦ ଦାଶ, ଜିଲ୍ଲା କ୍ରୀଡା ଅଧିକାରୀ  ବିଶ୍ୱବିଜୟିନୀ ପଟ୍ଟନାୟକ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଶ୍ରୀକାନ୍ତ ଚୌଧୁରୀ ,ସଭ୍ୟ ସାଧୁ ଚରଣ ମହାନ୍ତି, ପ୍ରସନ୍ନ କୁମାର ମହାନ୍ତି, ଏବଂ ବିଜୟ କୁମାର ସ୍ୱାଇଁ ପ୍ରମୁଖ ସନମ୍ମାନୀୟ ଅତିଥି ଭାବରେ ଯୋଗଦେଇ  କ୍ରୀଡ଼ାବିତ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

 ଅନୁଷ୍ଠିତ ପ୍ରଥମ ମ୍ୟାଚରେ ପୋର୍ଟ କ୍ଲବ, ପାରାଦ୍ୱୀପ ଓ ବୋରିକିନା ଏଫ. ସି ଚିତ୍ତ।  କର୍ଷକ ଥିଲା ଓ ଉଭୟ ଟିମ ଜ଼ିରୋ ଜ଼ିରୋ ରେ ସମାନ  ଥିଲା ।  ସେହିପରି ଦିତ୍ୱୀୟ ମ୍ୟାଚ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ପୂରଣ, ବିରିଡି  ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ.ପୂରଣ ରଘୁନାଥପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରଘୁନାଥପୁର (ଟାଇଗର ) ଅଧିକ ସାତ ଗୋଲ ପାଇ ବିଜୟୀ ହୋଇଥିଲା ।

Leave a Reply

Your email address will not be published. Required fields are marked *