ଶ୍ରୀ ମେତାଲିକ୍ସ ଏବଂ ଆଶାର ଦ୍ଵାର ଫାଉଣ୍ଡେସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ।

                                                          ୪ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ହେଲେ ଉପକୃତ ।

ବଡ଼ବିଲ, ୦୪/୦୪/୨୦୨୪ (ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ରୁଗୁଡ଼ି ରେ ଥିବା  ଶ୍ରୀ ମେତାଲିକ୍ସ ଏବଂ ଆଶାର ଦ୍ଵାର ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ଜିଲ୍ଲା ଲୋଇଡ଼ାପଦା ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଧବାର ଶ୍ରୀମେଟାଳିକ୍ସ କ୍ୟାମ୍ପସରେ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଶ୍ରୀମେଟାଳିକ୍ସ ସହଭାଗିତାରେ ଆୟୋଜିତ ଏହି ଶିବିରରେ ଗୁଆଲି ଓ ଲୋଇଡ଼ାପଦା, ଏହି ଦୁଇଟି ପଞ୍ଚାୟତର  ୪ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ଭୂମିକା ଆଇ ହସ୍ପିଟାଲର ଦୁଇ ଜଣ ଡାକ୍ତର, ୧୦ ଜଣ ଟେକନିସିଆନଙ୍କ ସମେତ ୨୭ ଜଣ କର୍ମଚାରୀ ସେବା ଯୋଗାଇ ଦେଇଥିଲେ । ଚକ୍ଷୁ ପରୀକ୍ଷା ପରେ ରୋଗୀଙ୍କୁ ମାଗଣାରେ ଔଷଧ ଏବଂ ଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା । ଯେଉଁ ମାନଙ୍କର ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ସେମାନଙ୍କୁ କମ୍ପାନୀ ପକ୍ଷରୁ ପରେ କେନ୍ଦୁଝର ସ୍ଥିତ ଭୂମିକା ଆଇ ହସ୍ପିଟାଲରେ ନିଆଯାଇ ସମ୍ପୂର୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଅବସରରେ ଦ୍ରୌପଦିଦେବୀ ୱେଲଫେୟାର ସଂସ୍ଥା ପକ୍ଷରୁ ମାଗଣାରେ ସାନିଟାରୀ ପ୍ୟାଡ୍ (ସାଞ୍ଚି) ବଣ୍ଟନ କରାଯାଇଥିଲା । ସଂସ୍ଥାର କର୍ମ କର୍ତ୍ତାମାନେ, ଶିବିରକୁ ଆସିଥିବା ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା ସହ ସାନିଟାରୀ ପ୍ୟାଡ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *