ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିଵସ ଶୁଭାରମ୍ଭ

ଜଗତ୍ସିଂହପୁର ୧୦/୮/୨୦୨୪ (ଓଡ଼ିଶା ସମାଚାର)- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଗତ୍ସିଂହପୁର ସଭାଗୃହରେ ଜାତୀୟ କୃମିନାଶକ ଦିବସ ର ଅଗଷ୍ଟ ରାଉଣ୍ଡ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ)ଶ୍ରୀ ସମ୍ବିତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ଓ ତା ପରେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ଵାଗତ କରି ଥିଲେ ଓ ଉକ୍ତ କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ନିଜ ଅଭିଭାଷଣରେ ନିଜ ସ୍ବପ୍ନକୁ ସାକାର କରିବା ନିମନ୍ତେ ଉତ୍ତମ ସ୍ୱାସ୍ଥ୍ୟ ହେବା ଆବଶ୍ୟକ, ସେଥିନିମନ୍ତେ ସଜାଗ ହେବାପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ ଓ କୃମି ନାଶକ ବଟିକା ସମସ୍ତେ ଖାଇବାକୁ ପରାମର୍ଶ ଦେଇଥିଲେ ଓ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ କୃମି ଦ୍ଵାରା ପିଲାମାନେ କିପରି ଅପପୁଷ୍ଟି ଓ ରକ୍ତ ହୀନତାରେ ଆକ୍ରାନ୍ତ ହୋଇ କ୍ଲାନ୍ତ ଅନୁଭବ କରନ୍ତିି, ପାଠ ପଢ଼ାରେ ମନ ଲାଗେନାହିଁ, ତେଣୁ ସମସ୍ତେ ୧-୧୯ ବର୍ଷ ବୟସର ପିଲାମାନେ କୃମି ନାଶକ ବଟିକା ଖାଇବା ଉଚିତ୍ ବୋଲି କହିଥିଲେ ଓ ଅଗଷ୍ଟ ୧୦ ତାରିଖରେ ଯେଉଁମାନେ କୌଣସି କାରଣରୁ ଖାଇ ପାରିବେନାହିଁ ଅଗଷ୍ଟ ୧୭ ତାରିଖରେ ମପ ଅପ ଦିଵସ ରେ ନିଶ୍ଚୟ ଖାଇବେ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଅନୁରୋଧ ସେମାନେ ସହଯୋଗ କରିବେ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ କୃମି ନାଶକ ଦିବସରେ ୧-୧୯ ବର୍ଷର ପିଲା, ୨୦-୨୪ ବର୍ଷର ମହିଳା (ଗର୍ଭବତୀ ନଥିବେ ଓ ସ୍ତନ୍ୟପାନ କରାଉ ନଥିବା) ଏହି କୃମି ନାଶକ ବଟିକା ଖାଇବେ, ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ, ତେଣୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଭିଭାବକ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଅନୁରୋଧ ଏହି କାର୍ୟ୍ୟକ୍ରମରେ ସହଯୋଗ କରି ସଫଳ କରିବା ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ଅଭିଭାଷଣରେ କୃମି ସଂକ୍ରମଣ ନ ହେବା ପାଇଁ ଖାଇବା ପୂର୍ବରୁ ହାତ ଧୋଇବା, ଶୌଚାଳୟ ବ୍ୟବହାର ପରେ ହାତକୁ ଭଲାଭାବେ ସାବୁନରେ ସଫା କରିବା ଓ ଚପଳ ବ୍ୟବହାର କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ଓ ପ୍ରଧାନ ଶିକ୍ଷକ ମିହିର କୁମାର ପାଲ ଅତିଥିଙ୍କ ସ୍ଵାଗତ କରିବା ସହ ଏହି କାର୍ୟ୍ୟକ୍ରମକୁ ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ସଫଳ ଆୟୋଜନ କରି ଆସୁଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଉକ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଉକ୍ତ ଉତ୍ସବରେ ଜିଲ୍ଲା ସ୍ତରରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ୟ୍ୟକ୍ରମରେ ମନୋରଞ୍ଜନ ମହାପାତ୍ର, ପାର୍ଥ ସାରଥି କର ଶର୍ମା, ସ୍ଵସ୍ତି ମହାନ୍ତି, ଅମିତା ପଣ୍ଡା, ଦୀପ୍ତିମୟୀ ଷଡଙ୍ଗୀ, ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ବିଜୟଲକ୍ଷ୍ମୀ ଦାସ, ସସ୍ମିତା ଶତପଥୀ ପରିଚାଳନାରେ ସହଯୋଗ କରିଥିଲେ ଓ ଛାତ୍ରୀ ମାନଙ୍କ ସହ ଅନ୍ୟନ୍ୟ କର୍ମଚାରୀ ମଓନେ ଉପସ୍ଥିତ ଥିଲେ ଓ

Leave a Reply

Your email address will not be published. Required fields are marked *