ଜିଲ୍ଲା ରେ ବି ଏସ୍ କେ ୱାଇ ନବୀନ କାର୍ଡ ସମ୍ବନ୍ଧୀୟ ସଚେତନତା ରଥ ପରିକ୍ରମା

ଜଗତସିଂହପୁର, ୦୪/୦୧/୨୦୨ ୪ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ଠାରେ ବି ଏସ୍ କେ ୱାଇ ନବୀନ କାର୍ଡ ସଚେତନତା ରଥ କୁ ପତାକା ଦେଖାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଶୁଭାରମ୍ଭ କରିଛନ୍ତି।ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ସମସ୍ତ ହିତାଧିକାରୀ ମାନଙ୍କୁ ଏହି ଦେୟ ମୁକ୍ତ ସ୍ୱାସ୍ଥ୍ୟ ସେବା ର ଲାଭ ନେବାପାଇଁ କହିଛନ୍ତି। ଆସନ୍ତା 6 ତାରିଖ ରୁ 16 ତାରିଖ ପର୍ଯ୍ୟନ୍ତ ପୂର୍ବରୁ  ବି ଏସ୍ କେ ୱାଇ କାର୍ଡ ରେ ପଞ୍ଜୀକୃତ ହୋଇନଥିବା (ନିୟମିତ ସରକାରୀ କର୍ମଚାରୀ, ପେନସନ ଧାରି ଏବଂ ଆୟକର ଦାତା ଙ୍କ ବ୍ୟତୀତ) ସବୁ ଗ୍ରାମୀଣ ପରିବାର ମାନେ ନିଜର ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ କେବଳ ଅନଲାଇନ ମାଧ୍ୟମରେ www.bskynabin.odisha.gov.in ପୋର୍ଟାଲ ରେ ହିଁ ହୋଇପାରିବ। ହିତାଧିକାରୀ ମାନେ ନିକଟସ୍ଥ ମୋ ସେବା କେନ୍ଦ୍ର ରେ ବିନା  ମୂଲ୍ୟ ରେ ଏହି ପଞ୍ଜୀକରଣ କରିପାରିବେ। ଓଡିଶା ସରକାରଙ୍କ ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥ ପ୍ରତ୍ୟେକ ବ୍ଲକ୍ ରେ ପରିକ୍ରମା କରିବ, ଏହାସହ ବିଭିନ୍ନ ଲିଫ ଲେଟ୍, ପାମ୍ଫ୍ଲେଟ୍ ମାଧ୍ୟମରେ ମଧ୍ୟ ଏହି ସୂଚନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ବୋଲି କହିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ କ୍ଷେତ୍ରବାସୀ ଦାଶ । ଏହି ଅଭିଯାନ ରେ ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ ବିଭାଗ ର ଅଧିକାରୀ ମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ସଚେତନତା ମାଧ୍ୟମରେ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କ ନିକଟରେ  ସରକାରଙ୍କ ର ଏହି ସୁବିଧା କୁ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ଆଜି ଏହି ସଚେତନତା ରଥ ର ଶୁଭାରମ୍ଭ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଜୟ ସ୍ଵାଇଁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ,  ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର୍ ଶ୍ରୀ ଚକ୍ରଧର ଜେନା, ଜିଲ୍ଲା ଆକାଉଣ୍ଟ ମ୍ୟାନେଜର୍ ନୀଳ ମାଧବ ରଥ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀମତୀ ସଚଳା ମହାନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ରାଜା କ୍ରାନ୍ତି ପ୍ରସାଦ ବିଶ୍ଵାଳ,ସ୍ୱାସ୍ଥ୍ୟ ମିତ୍ର, ନର୍ସିଂ ଅଫିସର, ଆଶା ଦିଦି ଙ୍କ ସମେତ ମୁଖ୍ୟ ଚିକିତ୍ସାଳୟ ର ଅନ୍ୟାନ୍ୟ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *