ଜୁନାଗଡ଼, ୧୭/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)-ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ଆରମ୍ଭ ହେଲା ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ । ପ୍ରଥମ ଦିନ ବଲାଙ୍ଗୀର ନାୟକ ଏକାଡେମୀ କୁ ଭେଟିଲା ଜୟପୁର ଓରିଆନ ଟିମ । ଟସ ଜିତି ଜୟପୁର ପ୍ରଥମେ ଫିଲଡିଂ ନେଇଥିଲେ । ବଲାଙ୍ଗୀର ପ୍ରଥମେ ବେଟିଙ୍ଗ କରି ୨୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୩ ରନ କରିଥିଲେ । ଜବାବ ରେ ଜୟପୁର ଦଳ ୨୧ ଓଭର ୧ବଲ ରେ ବିଜୟ ଲକ୍ଷ ହାସଲ କରିଥିଲେ । ଉଦଘାଟନ ଉତ୍ସବ ରେ ଏନ ଆର ଏସ ଏସ ସି ସଭାପତି ହିମାଂଶୁ ଶେଖର ବରାଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି, ସମାନୀତ ଅତିଥି ଭାବେ ଏନ ଏ ସି ନଗରପାଳ ମୁକେଶ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଉପ ନଗର ପାଳ ହିମାଦ୍ରୀ ନାୟକ, ବ୍ଲକ ଭାଇସ ଚେରମ୍ୟାନ ପ୍ରମୋଦ ବେହେରା, ସ୍ବର୍ଗତ ଚନ୍ଦୁ ସାହାଣୀ ଙ୍କ ଧର୍ମ ପତ୍ନୀ ପ୍ରଭାତୀ ସାହାଣୀ, ସମାଜ ସେବୀ ତଥା ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ, ପୂ ରଣଜି ଖେଳାଳି ସୁବ୍ରତ ବହିଦାର, ପ୍ରମୋଦ ସାହାଣୀ, ବଦ୍ରି ପଟ୍ଟନାୟକ, ଡକ୍ଟର ଭଗବାନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରିଥିଲେ । ଉପ ସଭାପତି ସରୋଜ କୁମାର ପଣ୍ଡା ଧନ୍ୟବାଦ ଦେଇ ଥିଲେ । ଓପନିଙ୍ଗ ସେରିମନୀ ସୁନ୍ଦର ଭାବେ ପରିଚାଳନା କରି ଥିଲେ ସମୀର କୁମାର ସାହୁ । ଖେଳ ପରିଚାଳନା କରିଥିଲେ ଅସିତ କୁମାର ପଟ୍ଟନାୟକ ଓ ଦିପେନ କୁମାର ସାହୁ ।
ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
![](https://eodishasamachar.com/wp-content/uploads/2023/12/CR-2.jpg)