ଖୋର୍ଦ୍ଧା,୨୮/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ତ୍ରୁତୀୟ ଦିବସ ଖେଳ ହୋଇଯାଇଅଛି। କାଶୀପୁର ଖେଳପଡିଆ ରେ ଏହି ତ୍ରୁତୀୟ ଦିବସ ମ୍ୟାଚରେ ଖୋର୍ଦ୍ଧା ବିବିଜି କ୍ଳବ ଓ ରଘୁନାଥ କ୍ଳବ ଟାଙ୍ଗୀ ମଧ୍ୟରେ ହୋଇଥିଲା।ଟାଙ୍ଗୀ ୨-୦ ଗୋଲରେ ବିଜୟ ଲାଭକରି ତ୍ରୁତୀୟ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି।ଏହି ମ୍ୟାଚରେ ସିପିଆଇଏମ ରାଜ୍ୟ କମିଟି ସଦସ୍ୟ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ନୂଆଗଡ ପୂର୍ବତନ ସରପଂଚ ଗିରିଶ ଚନ୍ଦ୍ର ମହାରଣା, ଆଇନଜିବୀ ପ୍ରଦୀପ୍ତ ଦାସ,ଯୁବ ନେତା ବିଦୁ ଭୂଷଣ ମହାରଣା, ମାନସ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଭୈରବୀ ଯୁବ ସଂସଦ ର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ। ଖେଳ ପରିଚାଳନା କରିଥିଲେ ପ୍ରମୋଦ କୁମାର ଦାସ,ସୁକାନ୍ତ ପ୍ରଧାନ ଓ ହ୍ରୁଦାନନ୍ଦ ମହତରାୟ। ଧନ୍ୟବାଦ ଦେଇଥିଲେ ସଂପାଦକ ନ୍ରୁସିଂହ ଦଳେଇ। ,କୋଷାଧ୍ୟକ୍ଷ ସୋମନାଥ ବିଶ୍ବାଳ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ।ଦିବଂଗତ ଆତ୍ମା ସିପିଆଇଏମ ନେତା ଚରଣ ଦଳେଇ ଓ ପୂର୍ବତନ ଖେଳାଳୀ ମଳୟ ରଂଜନ ମହାପାତ୍ରଙ୍କ ଫଟୋଚିତ୍ର ରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆସନ୍ତାକାଲି କୁସୁମାଟି ଓ କୁଶୁପଲା ମଧ୍ୟରେ ଖେଳ ହେବାର ଯୁବ ସଂସଦ ପକ୍ଷରୁ ସୂଚନା ମିଳିଛି।