ଜୁନାଗଡ଼, ୩୧/୧୦/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସନ୍ଦୀପ କୁମାର ମିଶ୍ର ସମ୍ପାଦକ କଳାହାଣ୍ଡି ବ୍ୟାଡମିଣ୍ଟନ ଏସୋସିଏସନ, ସମ୍ମାନିତ ଅତିଥି ଭାବେ ଶ୍ରୀ ଦୁର୍ଗାପ୍ରସାଦ ନାୟକ ସମାଜସେବୀ, ଶ୍ରୀ ସନ୍ତୋଷ କୁମାର ସାହୁ ସମାଜସେବୀ, ଶ୍ରୀ ଦୀପକ ସାଗର କୁମାର ଯୁଗ୍ମ ସମ୍ପାଦକ କଳାହାଣ୍ଡି ବ୍ୟାଡମିଣ୍ଟନ ଏସୋସିଏସନ, ଶ୍ରୀ ସରୋଜ କୁମାର ପଣ୍ଡା କାର୍ୟ୍ୟକାରିଣୀ ସଭାପତି ଜୁନାଗଡ ବ୍ୟାଡମିଣ୍ଟନ ଏସୋସିଏସନ, ଶ୍ରୀଯୁକ୍ତ ବିଭୂତି ଭୂଷଣ ମେହେର ଅଧ୍ୟକ୍ଷ ତଥା ଆଜିର ସଭାର ସଭାପତି, ଶ୍ରୀ କୈଳାଶ ଚନ୍ଦ୍ର ମେହେର ପ୍ରାଧ୍ୟାପକ, ଡାକ୍ତର୍ ରମେଶ ଚନ୍ଦ୍ର ସ୍ଵାଇଁ ଚୟନକର୍ତ୍ତକ୍ଷ, ଶ୍ରୀ ଅଭୟ କୁମାର ବାଗ ପଯ୍ୟବେକ୍ଷକ, ଶ୍ରୀ ନେତ୍ରାନନ୍ଦ ପ୍ରଧାନ ଅଧ୍ୟାପକ, ମିସ୍ ଯସମିନ ବନିତା ସାହୁ ଅଧ୍ୟାପିକା, ଶ୍ରୀ ଆକାଶ କୁମାର ମେହେର ଅଧ୍ୟାପକ, ଶ୍ରୀ ଜନ୍ମେଜୟ ମେହେର ଅଧ୍ୟାପକ, ଶ୍ରୀ ରିଷଭ ବାନୁଆ ଅଧ୍ୟାପକ, ଯୋଗଦାନ କରିଥିଲେ । ଶ୍ରୀ ପ୍ରିୟବ୍ରତ ବାନୁଆ ଅଧ୍ୟାପକ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସମୀର କୁମାର ସାହୁ, ଶ୍ରୀ ରାକେଶ କୁମାର ବେମାଲ, ଶ୍ରୀ ସୁମନ୍ ପାଣିଗ୍ରାହୀ, ମିସ୍ ରୋଜାଲିନ ନାୟକ, ମିସ୍ ଜଳି ପରାଭୋଇ, ମିସ୍ ଶିବାନୀ ଭାଟି ଅମ୍ପାୟାର ର ଦୟିତ୍ଵ ତୁଲାଇଥିଲେ । ଏହି ପ୍ରତିଯୋଗୀତାରେ କଲ୍ୟାଣୀ ରାୟ ହାୟର ସେକଣ୍ଡାରୀ ସ୍କୁଲ ବିଜେତା ହୋଇଥିବାବେଳେ ସିଣ୍ଢୋଲ ହାୟର ସେକଣ୍ଡାରୀ ସ୍କୁଲ ଉପବିଜେତା ହୋଇଥିଲେ । ବାଳିକା ବିଭାଗରେ ରାୟଗଡା ହାୟର ସେକଣ୍ଡାରୀ ସ୍କୁଲ ରାୟଗଡା ବିଜେତା ହେଉଥିବାବେଳେ ଏନ୍ ସି ହାୟର ସେକଣ୍ଡାରୀ ସ୍କୁଲ ଯାଜପୁର ଉପବିଜେତା ହେଇଥିଲେ । ସେହିପରି ବ୍ୟକ୍ତିଗତ ପ୍ରତିଯୋଗୀତା ରେ ଶୁଭକାନ୍ତ ମଲ୍ଲିକ ବିଜେତା ହୋଇଥିବାବେଳେ ଆୟୁଷ୍ମାନ ରାୟ ଉପବିଜେତା ହେଇଥିଲେ । ବାଳିକା ବିଭାଗରେ ଶ୍ୱେତାଙ୍ଗ ହୋତା ବିଜେତା ହୋଇଥିବାବେଳେ କୁମକୁମ ମହାନ୍ତି ଉପବିଜେତା ହେଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଶ୍ରୀ ବିକାଶ ବେହେରା, ଜ୍ୟୋତି ପାତ୍ର, ପ୍ରବୀଣ ପଣ୍ଡା, ଶ୍ରୀମତୀ ରାଜକୁମାରୀ ବେମାଲ, ତ୍ରିଭୁବନ ବେମାଲ, ଇଣ୍ଡୋର ଷ୍ଟାଡିୟମ ର ସମସ୍ତ କର୍ମଚାରୀ ବ୍ୟାଡମିଣ୍ଟନ ଏସୋସିଏସନ ର ସମସ୍ତ ଖେଳାଳି ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବ ରେ କୃତୀ ଖେଳାଳି ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।