ରାଜ୍ୟସ୍ତରୀୟ ୪୦୦ ମିଟର ଦୌଡ ରେ ପ୍ରଥମ ସ୍ଥାନ ସହ ସ୍ଵର୍ଣ୍ଣପଦକ ବିଜେତା ହେଲେ ମାହାଙ୍ଗା ଲଳିତଗିରି ସ୍କୁଲ ର ଛାତ୍ରୀ

ଦମୟନ୍ତୀ  ମାହାଙ୍ଗା, ୧୩ /୧୧/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଘ ପକ୍ଷରୁ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ୪୦୦ ମିଟର ଦୌଡ ପ୍ରତିଯୋଗିତାରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଦମୟନ୍ତୀ ଜେନା ପ୍ରଥମ ସ୍ଥାନ ଅଧିକାର  କରିବା ସହିତ ସ୍ଵର୍ଣ୍ଣ ପଦକ ଜିତିଛନ୍ତି । ଏଥି ସହ ନ୍ୟାସନାଲ ଲେବୁଲ ରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।  ଏଥିପାଇଁ ଗ୍ରାମବାସୀ ମାନେ ଦମୟନ୍ତୀ କୁ ସମ୍ବର୍ଦ୍ଧିତ କରି ଗ୍ରାମ ପରିକ୍ରମା କରେଇଛନ୍ତି।

ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ହିଁ କଠିନ କାର୍ୟ୍ୟ କୁ ସରଳ କରିବା ସହିତ ସଫଳତା ମଧ୍ୟ ଦେଇଥାଏ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମର ଦମୟନ୍ତୀ ଜେନା ।  ବୟସ ମାତ୍ର ୧୪ ବର୍ଷ । କିନ୍ତୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ବାରା ଖାଲି ପାଦରେ ଦୌଡ଼ି ୪୦୦ ମିଟର ଦୌଡ ପ୍ରତିଯୋଗୀତା ରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି  । ଲଳିତଗିରି ସ୍କୁଲ ରେ ପଢୁଥିବା ଦମୟନ୍ତୀ ଏହାର ସମସ୍ତ ଶ୍ରେୟ ନିଜର ଖେଳ ଶିକ୍ଷକ ଲେନିନ ମହାନ୍ତି, ମାନସ ସାର୍,ବାପା ମା ଓ ଗ୍ରାମର ସମସ୍ତ ଗୁରୁଜନ ମାନକୁ ଦେଇଛନ୍ତି । ବିଜୟୀ ହୋଇ ନିଜ ଘରକୁ ଫେରିବା ପରେ ଲଳିତଗିରି ଗ୍ରାମବାସୀ ଙ୍କ ତରଫରୁ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସିଂ,ବ୍ଲକ ଯୁବ ବିଜେଡି ଉପସଭାପତି ହରପ୍ରତାପ ନାୟକ,ସରପଞ୍ଚ ବଳରାମ ବେହେରା,ଯୁବନେତା ରତ୍ନାକର ବିଶ୍ଵାଳ,ୱାର୍ଡ ସଭ୍ୟା ଡଲି ବେହେରା,କନକଲତା ସିଂ, ଅଜୟ ପ୍ରସାଦ ସିଂ,ସୁଶାନ୍ତ ସିଂ,ଅଶୋକ ବେହେରା ଙ୍କ ସମେତ ପଞ୍ଚାୟତ ର  ସମସ୍ତ ଯୁବପିଢ଼ି ଓ ମହିଳା ମାନେ ଦମୟନ୍ତୀ ଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଗ୍ରାମ ପରିକ୍ରମା କରାଇ ଥିଲେ।

Leave a Reply

Your email address will not be published. Required fields are marked *