କିଶନନଗର ଶନି ମନ୍ଦିରରେ ଜଳାଭିଷେକ

କଟକ ସଦର ୨୫/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ରାମଚନ୍ଦ୍ରପୁର ଠାରେ ମହାନଦୀ କୂଳରେ ଅବସ୍ଥିତ ଗ୍ରହରାଜ ଶନିଦେଵ ଙ୍କ ମନ୍ଦିରରେ ଜଳାଭିଷେକ  (ପାଣିଢଳା) କାର୍ଯ୍ୟକ୍ରମ ଆଜି ଶନିବାର ଦିନ ମହାସମାରୋହରେ ଏଵଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ପ୍ରତ୍ୟୁଷରୁ ନିଜ ନିଜର ଗ୍ରହ ଶାନ୍ତି ନିମନ୍ତେ ଶନିଦେଵ ଙ୍କ ଶରଣ ଭିକ୍ଷା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀରୁ ପବିତ୍ର ଜଳ ଆଣି ଶନିଦେଵଙ୍କୁ ଜଳାଭିଷେକ କରିଥିଲେ। ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କିଶନନଗର ପୋଲିସ ପକ୍ଷରୁ ଥାନା ଅଧିକାରୀ ମାନେଶ୍ୱର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *