ଵମ୍ଵୁରୀ ବାଣ ବିସ୍ଫୋରଣରେ ନାବାଳକ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତ ବେଆଇନ ଵାଣ କାରଖାନା ମାଲିକ ଗିରଫ

କଟକ ସଦର,୨୫/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କମିଶନରେଟ କନ୍ଦରପୁର ଥାନା ଵମ୍ଵୁରୀ ଗ୍ରାମରେ ଦୀର୍ଘ ଦିନ ହେଲା ବେଆଇନ ବାଣ କାରଖାନା ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା। ଏଥିପାଇଁ ସେଠାରେ ବାଣ ବିସ୍ଫୋରଣରେ ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ଘଟିଥିବା ଅଭାବନୀୟ ଘଟଣା ଜଣାପଡିଛି। ପ୍ରକାଶ ଯେ ଵମ୍ଵୁରୀ ଗ୍ରାମର ଜନୈକ ବୈକୁଣ୍ଠନାଥ ଭୋଇ ଦୀର୍ଘ ଦିନ ହେଲା ବେଆଇନ ବାଣ କାରଖାନା ଚଳାଇ ଆସୁଥିଲେ।

ଗତ ସୋମବାର ରାତିରେ ଗରମ ଯୋଗୁଁ ବୈକୁଣ୍ଠଙ୍କ ୧୦ ବର୍ଷର ପୁତୁରା ଲିପୁନ ଛାତ ଉପରକୁ ଶୋଇବାକୁ ଯାଇଥିବା ବେଳେ ସେଠାରେ ଗଦା ହୋଇଥିବା ଵାରୁଦ ଗଦାରୁ ଅକସ୍ମାତ୍ ନିଆଁ ଲାଗି ପୋଡ଼ି ଯାଇଥିଲେ।ଆହତ ଲିପୁନକୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାକୁ ନିଆଯାଇଥିଵା ବେଳେ ଚିକିତ୍ସା ର ଦୁଇଦିନ ପରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଖଵର ଜଣାପଡିବା ପରେ କଟକ କମିଶନରେଟ ଜୋନ୍ ୫ ଏସିପି ସୁଧାଂଶୁ ଭୁଷଣ ଜେନାଙ୍କ ପକ୍ଷରୁ ଉକ୍ତ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବ ଦିଆଯାଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ବେଆଇନ ଵାଣ କାରଖାନା ମାଲିକ ବୈକୁଣ୍ଠ ଭୋଇ ଙ୍କୁ ମାମଲା ନଂ ୮୭/୨୦୨୬, ବିସ୍ପୋରକ ଦ୍ରବ୍ୟ ନିରୋଧ ଆଇନ ବଳରେ ଗିରଫ କରି କନ୍ଦରପୁର ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *