କଟକ ସଦର,୨୪/୦୪/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରାଚୀନ ଶୈବପୀଠ ପରମହଂସନାଥଙ୍କ ମନ୍ଦିର ଉପରେ ଘଡଘଡି ପଡି ଦଧିନଉତି କ୍ଷତିଗ୍ରସ୍ତ ହୋଇଥିବା ଖଵର ଗତ ୨୦ ତାରିଖରେ ‘ଓଡିଶା ସମାଚାର’ ରେ ପ୍ରକାଶ ପାଇଥିବା ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମନ୍ଦିରକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଯାଇଥିବା ଜଣାପଡିଛି।

ବିଧାୟକ ପ୍ରକାଶ ଙ୍କ ସହିତ ପ୍ରତ୍ନତତ୍ତ୍ଵ ବିଭାଗ ଯନ୍ତ୍ରୀ ପ୍ରଶନ୍ନ କୁମାର ସାହୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୈ।ତିରଞ୍ଜନ ପତି, କନିଷ୍ଠ ଯନ୍ତ୍ରୀ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ପରିଦର୍ଶନରେ ଆସିଥିବା ବେଳେ ଯଥାଶୀଘ୍ର କ୍ଷତିଗ୍ରସ୍ତ ଦଧିନଉତି ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବିଧାୟକ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ସେବାୟତ ଜଗନ୍ନାଥ ପଣ୍ଡା, ତ୍ରିଲୋଚନ ପଣ୍ଡା,ତାପସ କୁମାର ପଣ୍ଡା,ପୂର୍ବତନ ସରପଂଚ ଅନିରୁଦ୍ଧ ରାଉଳ, ଶ୍ରଦ୍ଧାଳୁ ହୃଷିକେଶ ଜେନା, ଜୀତେନ୍ଦ୍ର ଦାଶ, ନିରଞ୍ଜନ ରାଉଳ, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।
