କଟକ ସଦର,୦୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳ ତଥା କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ହଂସନାଥଙ୍କ ମନ୍ଦିର ଏବେ ବର୍ଷା ଦିନର ଲଗାଣ ବର୍ଷା ପୂର୍ବରୁ ଲଘୁଚାପ ବର୍ଷା ଯୋଗୁଁ ଜଳବନ୍ଦୀ ରେ ଥିବା ଦେଖାଯାଇଛି। କୋଟି କୋଟି ଟଙ୍କା ବ୍ୟୟରେ ମନ୍ଦିର ବେଢ଼ାର ଉନ୍ନତି କରଣ ଓ ସୈ।ନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯାଉଥିବା ବେଳେ ବର୍ଷା ଜଳ ନିଷ୍କାସନ ପାଇଁ ଦୃଷ୍ଟି ଦିଆଯାଇନଥିବା ରୁ ମନ୍ଦିର ବେଢ଼ା କୃତ୍ରିମ ହ୍ରଦରେ ପରିଣତ ହୋଇଛି। ଯାହା ଫଳରେ ପୂଜକ ଓ ଦର୍ଶନାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ ଓ ପ୍ରତ୍ନତତ୍ତ୍ଵ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି. ହେଉଛି।
ଜଳବନ୍ଦୀ ରେ ପରମହଂସ ର ହଂସନାଥ ଶିଵ ମନ୍ଦିର, ତୀବ୍ର ଅସନ୍ତୋଷ
