କଟକ ସଦର ରେ ଇଦ୍-ମିଲାଦ୍-ଉନ୍ ପର୍ବ ଧୁମଧାମରେ ପାଳିତ 

କଟକ ସଦର,୦୫/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ସମଗ୍ର ମାନବ ଜାତି ପାଇଁ ଶାନ୍ତି ମୈତ୍ରୀ ଓ ଭାଇଚାରାର ପ୍ରତୀକ ମହାପୁରୁଷ ହଜରତ ପ୍ରୋଫେଟ ମହମ୍ମଦ ଙ୍କ ଜନ୍ମ ଦିବସକୁ ସାରା ଵିଶ୍ୱ ଆଜି ଶୁକ୍ରବାର ପାଳନ କରୁଛି। ଏହି ପରିପ୍ରେକ୍ଷୀରେ କଟକ ସଦର ଅଞ୍ଚଳର  ରାଉତରାପୁର,ଦେଓପୁର, ରଘୁନାଥପୁର, ଦାମୋଦରପୁର,ସୋମପୁର,ଥୋରିଆପଡା,କିଶନନଗର, ପ୍ରହରାଜପୁର,ସିର୍ଲୋ, ଗଡମା, ନେମାଳ, ମହମ୍ମଦପୁର ପ୍ରଭୃତି ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହି ପବିତ୍ର ଦିନକୁ ଇଦ୍-ମିଲାଦୁନ-ନଵି ଭାବେ ଆନନ୍ଦ ଉଲ୍ଲାସ ମଧ୍ୟରେ ଧୁମଧାମରେ ପାଳନ କରିଥିବା ବେଳେ ପ୍ରତ୍ୟୁଷରେ ନମାଜ ପାଠ ସହ ମସଜିଦ ରେ ଫତେଆ(ଭୋଗ) କରାଯାଇଥିଲା।

ଏହି ଅବସରରେ ଭାଇଚାରାର ବାର୍ତ୍ତା ପ୍ରଦାନ ପାଇଁ ଅପରାହ୍ନରେ ଗଡମା ଠାରୁ ଏକ ହଜାରରୁ ଉର୍ଦ୍ଧ୍ବ ମୋଟର ସାଇକେଲ ରେ ଏକ ବଡ଼ ଧରଣର ଶୋଭାଯାତ୍ରା (ଜୁଲୁସ୍) ରୁସ୍ତମ ମହମ୍ମଦ ଙ୍କ ନେତୃତ୍ଵରେ ବାହାରି ପ୍ରହରାଜପୁର କିଶନନଗର ଦେଇ ସୋମପୁର ଠାରେ ପହଞ୍ଚିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ପକ୍ଷରୁ ବ୍ୟାପକ ଵ୍ୟଵ୍ୟସ୍ଥା ଗ୍ରହଣ କରାଯାଇଥିଲା

ବେଳେ ଡିଏସପି ନିରଞ୍ଜନ ଶବର ଙ୍କ ସହିତ ପୋଲିସ ବଳ ସଜାଗ ରହିଥିଲେ। ଏହି ଅବସରରେ ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୁଲୁସ୍ ପରିଚାଳନାରେ ମୌଲାନା ମୁମତାଜ କାଦ୍ରି,ଅସରଫ୍ ଅଲ୍ଲୀ ଖାଁ, ଅବଦୁଲ ଗଫର ଖାଁ,ଫିରଦୋଶ ହୁସେନ,ସେଖ୍ ତଜମୁଲ,ଅକଵର ମିର୍ଜା,ସିରାଜ ବେଗ୍,ଆସିଫ୍ ଅଲ୍ଲୀ ଖାଁ, ଅବଦୁଲ ୱ।ହିଦ୍ ଖାଁ ସେଖ୍ ଅବଦୁଲ ଵୁରାହାନ, ୟାକୁବ ଅଲ୍ଲୀ ଖାଁ,ଲିୟାକତ ଅଲ୍ଲୀ ଖାଁ,ହାସିମ୍ ଅଲ୍ଲୀ ଖାଁ,ୱ।ହାଵ ଖାଁ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *