ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପୀଠ ଚଳ ଚଂଚଳ

ଢେଙ୍କାନାଳ,୩୦/୦୧/୨୦୨୬ (ଓଡ଼ିଶା ସମାଚାର)- ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମଘା ମେଳା ଶନିବାର ପ୍ରାତ ବ୍ରହ୍ମମୁହୂର୍ତ ରୁ ଆରମ୍ଭ ହେଉଛି । ସନ୍ଧ୍ୟା ୫.୧୫ ମିନିଟରେ ଗାଦୀ ମନ୍ଦିର ର ଚାରିଦ୍ଵାରରେ ଝାଡ଼ଦୀପ ପ୍ରଜ୍ୱଳନ କାରାଯିବ । ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ୟାସୀ ମାନେ ଝାଡଦୀପ ପ୍ରଜ୍ୱଳନ କରିବେ  । ମହିମା ଗାଦିରେ ଯୋରନ୍ଦା ମେଳା ପାଇଁ ଶୁକ୍ର ବାର ସନ୍ଧ୍ୟା ସୁଦ୍ଧ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ,ବିହାର,ଛତିଶଗଡ,ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହାଜର ହାଜର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ମାନସିକ କରିଥିବା ଛୋଟ ଛୋଟ ଶିଶୁମାଙ୍କୁ କେଶମଣ୍ଡନ କାରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି । ବାହାରୁ ଆସୁଥିବା ପର୍ୟ୍ୟଟକ ମାନେ ପହଞ୍ଚି ମନ୍ଦିର ଓ ମହିମା ଧର୍ମ ସଂପର୍କରେ ବୁଝୁଛନ୍ତି ।

ରାତି ସୁଦ୍ଧ। ଆହୁରି ଭକ୍ତ ଓ  ସାଧୁ ମାନଙ୍କର ସମାଗମ ବଢିବାର ସମ୍ଭାବନା ରହିଛି । ଏଥିପାଇଁ ଶନି ବାର ପ୍ରାତଃ ବ୍ରହ୍ମମୁହୂର୍ତ ରେ  ସାଢେ ୩ ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହେବ । ପ୍ରାତଃ ବ୍ରହ୍ମ ମୁହୂର୍ତ୍ତରେ ମନ୍ଦିରର ଚାରିଦ୍ବାର ଖୋଲାଯାଇ ରୂପା ଗରାରେ ପାଣି ମନ୍ଦିର ଚତୁଃପାଶ୍ଵରେ ସିଞ୍ଚନ କାରାଯିବ । ଅଗରୁ, କର୍ପୂର ଓ ଚନ୍ଦନ ପାଣି ସିଞ୍ଚନ  ପରେ ଛେରା ପଂହରା    କାରାଯିବ  । ତ୍ରିସନ୍ଧ୍ୟା ପୂଜା ପରେ ୫.୧୫ ରେ ଝାଡ଼ ଦୀପ ପ୍ରଜ୍ୱଳିତ ହେବ । ଏଥିପାଇଁ ମହିମା ଗାଦି ନୀତି ମନ୍ଦିରରୁ ଝାଡଦୀପକୁ ସୁସଜ୍ଜିତ କରାଯାଇ ରଖାଯାଇଛି । ସତ୍ୟ ମହିମା ଧର୍ମ ଧାମ ପରିଚାଲନା ସମିତିର ବୈଠକ ବସି ନୀତି ନିର୍ଧାରଣ କରାଯାଇଛି । କେତକ ତ୍ୟାଗୀ ବୈରାଗୀକୁ କୌପୁନୀ ବାନା ପ୍ରଦାନ କରାଯାଇଛି ।

ମହିମା ଗାଦିର ବିଭିନ୍ନ ମନ୍ଦିର ତଥା ସର୍ବ ସ୍ଥାନ ନୀତି ଉପାସନା ପୀଠମାନଙ୍କ ରେ ସାଧୁଭକ୍ତ ମାନେ ଉପସ୍ଥିତ ରହି ଘଣ୍ଟ, ଶଙ୍ଖ, ଢୋଲ, ଟମକା, ଭେରି, ତୁରୀ, ମୄଦଙ୍ଗ, କରତ।ଳ ତଥା ନାନ।ପ୍ରକାର ବାଦ୍ୟଯନ୍ତ୍ର ନିନାଦିକ ଜଗତର ହିତଳ, ସାର୍ବଜନ ପ୍ରାଣୀମାନଙ୍କ   ମଙ୍ଗଳର୍ଥେ ନିମିତ୍ତ ଅଖଣ୍ଡବତୀ ଓ ଜ୍ୟୋତି ରେ ଘୃତାହୂତି କରିବା ସଙ୍ଗେ ସଙ୍ଗେ ବ୍ରହ୍ମଧୂନୀରେଘୃତାହୂତି ପ୍ରଦାନ କରାଯିବ କ୍ଷସକାଳ ୫ଘଟିକା ସୁଦ୍ଧା ମହାପ୍ରଭୁଙ୍କର ଅବକାଶ ସ୍ତୁତି ପ୍ରାର୍ଥନା, ଭିକ୍ଷ। ଭଜନ ଆଦି ପାଠ ପରେ ଶୂନ୍ୟ ପ୍ରଭୁଙ୍କ ନିକଟରେ ଅମଣିଆ ପ୍ରସାଦ ଅର୍ପଣ କରାଯାଇ ଛୋଟ ଛୋଟ ବାଳକ,ବାଳିକା ତଥା ସର୍ବସାଧାରଣଙ୍କୁ ମହାପ୍ରସାଦ ବିତରଣ କରାଯିବ । ସକାଳ ୬ଘଟିକା ଠାରୁ ୨ଘଟିକା ପର୍ୟ୍ୟନ୍ତ ପ୍ରତେକ ମନ୍ଦିରର ନୀତି ସେବକ ସନ୍ୟାସୀ ମାନେ ନିଜ ନିଜ କାର୍ୟ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଗତ ଭକତର ମଙ୍ଗଳ କାମନା କରିବେ । ମେଳା ପଡିଆରେ ଅସ୍ଥାୟୀ ଦୋକାନ ଗୁଡିକ ସେମାନଙ୍କର ପ୍ରସର। ମେଲାଇଛନ୍ତି ।

ଚଳିତ ବର୍ଷ ଯୋରନ୍ଦା ମେଳା ରେ ରାଜ୍ୟ ଏବଂ ଦେଶ ବିଦେଶରୁ ବିଭିନ୍ନ ପ୍ରାନ୍ତରରୁ ସାଧୁ ସନ୍ଥ ଓ ସନ୍ୟାସୀ ମାଙ୍କର ଆଗମନ ଯୋରନ୍ଦା ମହିମା ଗାଦିକୁ ବଢ଼ିବାରେ ଲାଗିଛି । ଅନୁକୂଳ ପାଗ ଯୋଗୁଁ ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ୟାସୀ,ଭକ୍ତମାନଙ୍କର ସୁଅ  ଛୁଟିବାରେ ଲାଗିଛି । ମେଳାକୁ ଆକର୍ଷଣୀୟ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ    ପୋଲିସ , ସାଧୁ ସନ୍ଥ ଓ   ସ୍ଥାନୀୟ ଅଞ୍ଚଳ ବାସୀ ଜୋର ସୋର ଲାଗି ପଡିଛନ୍ତି  ।  ଶୁକ୍ର ବାର ଅପରାହ୍ନ ରେ ଅରକ୍ଷୀ ଅଧିକ୍ଷକ ଅଭିନଵ ସୋନାକର, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଗଁଦିଆ ବି.ଡ଼ି.ଓ ପବିତ୍ର ବେହେରା, ତହସିଲଦାର ସତ୍ୟଜିତ ମହାପାତ୍ର,ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ , ଯୋରନ୍ଦା ଫାଣ୍ଡି ଅଧିକାରୀ ମାଗୁଣି ଗଡ଼ନାୟକ ପ୍ରମୁଖ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି  ।

ମେଳ।ରେ ମନୋରଞ୍ଜନ ପାଇଁ ରାତ୍ରୀରେ ବିଭିନ୍ନ ଅପେରା ପାର୍ଟି ନାଟକ ପରିବେଷଣ କରିବାର ବ୍ୟବସ୍ଥା ହୋଇଛି  । ଏଥିସହ ବିଭିନ୍ନ ରକମର ଦୋଳି, ମୀନା ବଜାର ଭଳିକି ଭଳି ଖାଦ୍ୟ ସାମଗ୍ରୀ ଷ୍ଟଲ ଖୋଲାଯାଇଛି । ଆଞ୍ଚଳିକ ଶିଳ୍ପ କଳାର ହସ୍ତଶିଳ୍ପ ପ୍ରଦର୍ଶନୀ ପଲ୍ଲୀଶ୍ରୀ ମେଳା ଶ୍ରଦ୍ଧାଳୁଙ୍କୁ ବେଶ ଆକୃଷ୍ଟ କରିବ ବୋଲି କୁହାଯାଉଛି । ମୁଖ୍ୟମନ୍ତୀଙ୍କ ଗସ୍ତ କୁ ନଜରରେ ରଖି ଓ ସୁରକ୍ଷା କୁ ଆଧାରକରି ଘଟଣା ସ୍ଥଳକୁ  ଜିଲ୍ଲା ପ୍ରଶାସନ ବାରମ୍ବାର ପରିଦର୍ଶନ ରେ ଆସି ଶୃଙ୍ଖଳା ବଜାଇ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *