କଟକ ସଦର,୨୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) : କଟକ ପୂର୍ବାଞ୍ଚଳରେ ଅବସ୍ଥିତ କଟକ ସଦର ଅନ୍ତର୍ଗତ ସର୍ବ ପ୍ରାଚୀନ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିର ଉପରେ ଗତକାଲି ରବିବାର ରାତିରେ ଘଡଘଡି ପଡି ଦଧିନଉତି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ଆଜି ସୋମବାର ସକାଳେ ସେବାୟତ ମାନେ ମନ୍ଦିର ବେଢ଼ାରେ ପଥର ପଡ଼ିଥିବା ଦେଖି ଉପରକୁ ଚାହିଁ ଦେଖିବାରେ ତାହା ଦଧିନଉତି ରୁ ଭାଙ୍ଗିଥିବା ଜଣାପଡିଥିଲା। ଏଥିପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରତ୍ନତତ୍ତ୍ଵ ବିଭାଗ ର ଖାମଖିଆଲ ମନୋଭାବ ପାଇଁ ଆର୍ଥିଙ୍ଗ୍ ଠିକ୍ ନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସାଧାରଣରେ ମତପ୍ରକାଶ ପାଉଛି।
