ବିଚଣା ସରସ୍ବତୀ ଶିଶୁଵିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ

ପାଟକୁରା ୨୩/୦୪/୨୦୨୬ (ଓଡିଶା ସମାଚାର ) ଗରଦପୁର ବ୍ଳକ ଅଧୀନ ବିଚଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାମନ୍ଦିରର ସଭାପତି ବିଶିଷ୍ଟ ସମାଜସେବୀ ଭଗବାନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରାପଡା ପୋଲିସ ଉପଖଣ୍ଡ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ବାର୍ଷିକ ଉତ୍ସବର ଉଦଘାଟନ କରିଥିଲେ ।

ପ୍ରତିଯୋଗିତା ମନୋଭାବ ବିଦ୍ୟାର୍ଥୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିଥାଏ ବୋଲି ମୁଖ୍ୟ ଅତିଥି ଜ୍ୟୋତି ରଞ୍ଜନ ଗୌଡ଼ ମତବ୍ୟକ୍ତ କରିଥିଲେ । ଏଣୁ ବିଦ୍ୟାର୍ଥୀ ମାନେ ବିଦ୍ୟା ଅଧ୍ୟୟନରେ, କ୍ରୀଡାରେ ଓ ସଂଗୀତରେ ପ୍ରତିଯୋଗିତା ମନବୃତି ରଖିଲେ ସେମାନଙ୍କର ଶାରୀରିକ, ମାନସିକ ସ୍ତରରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିବ ଓ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାର୍ଥୀ ମାନେ ଭଲ ପ୍ରଦର୍ଶନ କରି ରାଜ୍ୟପାଇଁ ଓ ରାଷ୍ଟ୍ର ପାଇଁ ସୁନାମ ଆଣିବାରେ ସକ୍ଷମ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଜ୍ୟୋତି ରଞ୍ଜନ ଗୌଡ଼ ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ବକ୍ତାଭାବେ ରଞ୍ଜନ କୁମାର ବେହେରା, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ନିମାଇଁ ଚରଣ ବେହେରା, ଭାଜପା ନାରୀନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ଡଲି ଶତପଥୀ,ଭାଜପା ମଣ୍ଡଳ ସଭାପତି ଚିତ୍ତ ରଞ୍ଜନ ଚୌଧୁରୀ ମଂଚାସୀନ ରହି ବିଦ୍ୟାର୍ଥୀ ମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ବୃତ୍ତି ପରୀକ୍ଷାରେ ସଫଳତା ପାଇଁ ପ୍ରବୋଧ କୁମାର ବେହେରା ଓ ଆୟୁଷ ଶରଣ ସିଂହ ଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ବାର୍ଷିକ ପରୀକ୍ଷା ଓ କ୍ରୀଡାରେ କୃତିତ୍ୱ ଲାଭ କରିଥିବା ୩୨ଜଣ ବିଦ୍ୟାର୍ଥୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ୟ୍ୟ ଅଶୋକ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *