” ରୋଗକୁ ଘୃଣା କର,ରୋଗୀଙ୍କୁ ସମବେଦନା ଜଣାଅ”
ଭୁବନ ୦୩/୧୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୟୁଥ ରେଡକ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ସୂପ୍ତିମୟୀ ସେନ କାର୍ଯ୍ୟକ୍ରମକୁ ଉଦଘାଟନ କରି ଏଡସ୍ ରୋଗର ଭୟାବହାତା,କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ରୋଗକୁ ଘୃଣା କର କିନ୍ତୁ ରୋଗୀଙ୍କୁ ସମବେଦନା ଜଣାଅ ବୋଲି ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ୟୁଥ୍ ରେଡକ୍ରସ କାଉନସେଲର ନମିତା ଦ୍ୱିବେଦୀ ଯୋଗଦେଇ ଅସୁରକ୍ଷିତ ଯୌନ ସଂପର୍କ ହିଁ ଏଡସ୍ ରୋଗର ମୂଳ କାରଣ,ସଚେତନତା ହିଁ ସୁରକ୍ଷା ବୋଲି କହିଥିଲେ। ଏହି ଅବସରରେ ଅଧ୍ୟାପକ ସୁଧାଂଶୁ ଶେଖର ଓଝା,ସୁଧାଂଶୁ ବେହେରା,ଅଧ୍ୟାପିକା ମଞ୍ଜୁସା ମଞ୍ଜରୀ ମିଶ୍ର, ପ୍ରଣତୀ ବେହେରା,ବିଜୟ କୁମାର ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।
