ସରସ୍ଵତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା: ୬୫୫ ପ୍ରକଳ୍ପ ପ୍ରଦର୍ଶିତ 

ନିରାକାର ପୁର, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)-  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର , ଆର୍ଯ୍ୟବିହାରରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୫୫ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ସ୍ଥାନ ପାଇଥିଲା । ଉଦ୍‌ଘାଟନ ଉତ୍ସବରେ କେ.ବି.ଡି.ଏ.ଭି. ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ବ୍ରତଟି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ପ୍ରଦୀପ ପ୍ରଜ୍ଜଳନ କରି ବିଜ୍ଞାନମେଳାର ଶୁଭାରମ୍ଭ କରିବା ସହିତ ପ୍ରକଳ୍ପଗୁଡିକ ବୁଲି ଦେଖି ବିଜ୍ଞାନରେ ଆଗ୍ରହ ଥିବା ଛାତ୍ରୀଛାତ୍ରୀମାନଙ୍କର ତଚ୍ଚ ପ୍ରଶଂସା କରିଥିଲେ । ବିଚାରକ ଭାବେ ଶଙ୍କର୍ଷଣ ପ୍ରଧାନ ପ୍ରାଇନ ଡେମୋନଷ୍ଟ୍ରେଟର , ଦୁର୍ଗା ପ୍ରସାଦ ମିଶ୍ର ଡେମୋନଷ୍ଟ୍ରେଟର ଜେ.ବି.ଡି.ଏ.ଭି ମହାବିଦ୍ୟାଳୟ , ଦେବାଶିଷ ରଥ ରାମେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜ୍ଞାନ ରଞ୍ଜନ ବେହେରା କେ.ବି. ଏକାଡେମୀ ଉଚ୍ଚ ବିଦ୍ୟାଳୟ , ଦିକ୍ରିଷ୍ଠ ବଳିୟାରସିଂହ ଜନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ , ଝରଣା ବେହେରା ନିଗମାନନ୍ଦ ବିଦ୍ୟନିକେତନ , ଅଶ୍ୱିନୀ ବେହେରା ସପ୍ନତାରୀ ଉଚ୍ଚ ବିଦ୍ୟାଳୟ , ରଶ୍ମିକାନ୍ତ ପ୍ରଧାନ ଭଗବତୀ ନୋଡାଲ ତକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଯୋଗ ଦେଇଥିଲେ । ଉଦ୍‌ଯାପନ ଉତ୍ସବରେ ସମ୍ମାନୀତ ଅତିଥି ରୂପେ ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ ଦେଶର ପ୍ରଗତିରେ ବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ବିଦ୍ୟାମନ୍ଦିରର ସଦସ୍ୟ ଶ୍ୟାମା ଶଙ୍କର ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ମାଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ନିହାର ରଞ୍ଜନ ସାମନ୍ତସିଂହାର ମଂଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରାତଃ ପର୍ଯ୍ୟାୟର ପ୍ରମୁଖ ବିନୋଦ ବିହାରୀ ସେଠୀ ଧନ୍ୟବାଦ ଅର୍ପଣ କହିଥିଲେ । ବରିଷ୍ଠ ବିଭାଗର ପ୍ରଥମ ସ୍ଥାନ – ସମୀକ୍ଷା ମିଶ୍ର , ଦ୍ବିତୀୟ ସ୍ଥାନ – ଦେବାଶ୍ରିତା ମିଶ୍ର , ତୃତୀୟ ସ୍ଥାନ – ଗାୟତ୍ରୀ ସାଇଁ , ଉପବରିଷ୍ଠ ବିଭାଗର ପ୍ରଥମ ସ୍ଥାନ -କୃଷ୍ଣାପିତା ଷଢ଼ଙ୍ଗୀ , ଦ୍ବିତୀୟ ସ୍ଥାନ- ଓମ୍ ପ୍ରକାଶ ବଳିୟାରସିଂହ ଯୁଗ୍ମ ତୃତୀୟ ସ୍ଥାନ – ସ୍ନେହାଁପ୍ରଜ୍ଞା ଭୋଳ ଓ ସନ୍ତୋଷ କୁମାର ବଳିୟାରସିଂହ ଜନିଷ୍ଠ ବିଭାଗର ପ୍ରଥମ ସ୍ଥାନ – ସୁଶ୍ରୀ ପ୍ରିୟଦର୍ଶିନୀ ରାଉତରାୟ , ଦ୍ବିତୀୟ ସ୍ଥାନ – ଆକାଶ ଚାଉଳ , ଯୁଗ୍ମ ତୃତୀୟ ସ୍ଥାନ – ପଦ୍ମିନୀ ପ୍ରଧାନ ଓ ସାଇ ଶ୍ରେୟାଶୀ ଦାସ , ଉପକନିଷ୍ଠ ବିଭାଗର ପ୍ରଥମ ସ୍ଥାନ ସୁଦେଷ୍ଟା ବଳିୟାରସିଂହ ଦ୍ଵିତୀୟ ସ୍ଥାନ – ରତିକା ପ୍ରଧାନ ତୃତୀୟ ସ୍ଥାନ – ବିଶ୍ୱସ୍ମିତା ଘଟୁଆରୀ ଅଧିକାର କରିଛନ୍ତି । ସମସ୍ତ ବିଭାଗର ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା , ତତ୍ ସହିତ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ସାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଅକ୍ଷୟ କୁମାର ମହାପାତ୍ର , ପବିତ୍ର କୁମାର ରାଉତରାୟ , ବିନୋଦ କୁମାର ବାରିକ , ସର୍ବେଶ୍ୱର ବେହେରା , ଆଦିତ୍ୟ ସାମନ୍ତରାୟ ଆଚାର୍ଯ୍ୟ ସନ୍ଧ୍ୟାରାଣୀ ବାହିନୀପତି । ମମତା ମିଶ୍ର , ରାଜଲକ୍ଷ୍ମୀ ବଳିୟାରସିଂହ , ରଶ୍ମିପୁରା ପୁରୋହିତ , ପୁଷ୍ପାଞ୍ଜଳୀ ପଟ୍ଟନାୟକ ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *