ନେତାଜୀ ଖେଳପଡିଆରେ ଗାନ୍ଧୀ ଶିଳ୍ପବଜାର ଉଦଘାଟିତ

କଟକ,୧୦/୦୧/୨୦୨୪(ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ବସ୍ତ୍ର ମନ୍ତ୍ରଣାଳୟର ପ୍ରୋତ୍ସାହନରେ ନୂଆବଜାର ପୋତାପୋଖରୀ ସ୍ଥିତ ନେତାଜୀ ଖେଳପଡ଼ିଆ ଠାରେ ସର୍ବଭାରତୀୟ ଗାନ୍ଧୀ ଶିଳ୍ପ ବଜାର ଉଦ୍ଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଅଧିନସ୍ଥ ହସ୍ତଶିଳ୍ପ ବିସ୍ତାର କେନ୍ଦ୍ର, ଭୁବନେଶ୍ୱରର ବରିଷ୍ଠ ସହାୟକ ନିର୍ଦ୍ଧେଶକ ଅଶୋକ କୁମାର ହୋତା ଏବଂ ହସ୍ତଶିଳ୍ପ ବିକାଶ ଅଧିକାରୀ କୁମାର ପ୍ରମେନ୍ଦ୍ର ସିହ୍ନା, ସ୍ଥାନୀୟ କର୍ପୋରେଟର ତାପସ ରଞ୍ଜନ ସାମନ୍ତରାୟ ଓ ସମାଜସେବୀ ଶର୍ମିଷ୍ଠାରାଣୀ ନନ୍ଦ, ପ୍ରୋଜେକ୍ଟ କୋଡ଼ିନେଟର ବେଣୁଧର ମହାନ୍ତି, ଅଶୋକ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ । ହସ୍ତଶିଳ୍ପର ବିକାଶ ତଥା ଏଥିରେ ଜଡ଼ିତ ହସ୍ତଶିଳ୍ପ କାରିଗରଙ୍କ ଉତ୍ପାଦିତ ଦ୍ରବ୍ୟକୁ ସର୍ବଭାରତୀୟ ସ୍ତରରେ ପହଚାଂଇବା ଲକ୍ଷ୍ୟ ନେଇ ଭାରତ ସରକର ବିଭିନ୍ନ ପ୍ରକାର ପ୍ରଦର୍ଶନୀର ଆୟୋଜନ କରି ବିକ୍ରୟ ନିମନ୍ତେ ଦୃଢ଼ ଭିଭିଭୂମି ସୃଷ୍ଟି କରି ଆସୁଛନ୍ତି  । ଏହି ମେଳା ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁରହିବ  । ଅଧିକ ଜନସମାଗମ ହେବା ଉଦ୍ଧେଶ୍ୟରେ ଆୟୋଜକମାନେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଓଡ଼ିଶା ଖଦୀ ଆଣ୍ଡ ଭିଲେଜ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍, ଭୁବନେଶ୍ୱର ଦ୍ୱାରା ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି  ।

Leave a Reply

Your email address will not be published. Required fields are marked *