ବରିଷ୍ଠ ବିଜେପି ସଂଗଠକ ଅକ୍ଷୟାନନ ଶତପଥୀଙ୍କ ବିୟୋଗ, ବିଜେପି ମହଲରେ ଶୋକର ଛାୟା 

କଟକ ସଦର,୨୩/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୧୯୮୮ ମସିହାରୁ ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଅକ୍ଷୟାନନ ଶତପଥୀଙ୍କ ଗତକାଲି ବୁଧବାର ଦିନ ଭୁବନେଶ୍ଵରର ଠାରେ ୫୮ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡିଛି।

ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ବିଜେପି ମହଲରେ ଶୋକର ଛାୟା ଖେଳିଯାଇଥିଵା ବେଳେ ରାଜ୍ୟ କାର୍ଯ୍ୟାଳୟରେ ବହୁ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏକମାତ୍ର ପୁତ୍ର ରୁଦ୍ର ପ୍ରସାଦ ଶତପଥୀ ମୁଖାଗ୍ନୀ ଦେଇଥିଲେ। ସୂଚନାଯୋଗ୍ୟ ଯେ ସ୍ୱର୍ଗତ ଅକ୍ଷୟାନନ ଶତପଥୀଙ୍କ ଘର ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ତଥା କଟକ ସଦର ସୋମପୁର ପଞ୍ଚାୟତ ନିକଟସ୍ଥ ପତିପୁର ଗ୍ରାମରେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *