ଦୁଇ ପ୍ରଭାତ ଙ୍କ ପାଇଁ ଵିଗୁଡୁଛି କଟକ ବିଜେଡ଼ି ରାଜନୀତି, ଋଷି ସୁବାସ ନିରବ, ଓଡ଼ିଶା ଜନତା କଂଗ୍ରେସକୁ ନେଇ ଚର୍ଚ୍ଚା 

କଟକ ସଦର ୨୩/୦୪/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର କୁହାଯାଉଥିବା କଟକର ରାଜନୀତି ଦିନକୁ ଦିନ ଵିଗୁଡୁଥିଵା ଚର୍ଚ୍ଚା ହେଉଛି। ଗୋଟିଏ ପଟେ ବିଜେଡ଼ିରୁ ନିଲମ୍ବିତ ହୋଇଥିବା ବାଙ୍କିର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ଏଵଂ ତାଙ୍କ ପୁଅ ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ ଓ ଅନ୍ୟପଟେ ଚୈ।ଦ୍ୱାର କଟକର‌ ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ପୁଅ ବିଧାୟକ ସୈ।ଭିକ ବିଶ୍ବାଳ।

ଏମାନଙ୍କ ପାଇଁ ବିଜେଡ଼ି ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଆସି ଯାଇଛି। ଏପରି ସ୍ଥିତିରେ ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂହ ଙ୍କ ନିରବତା ବିଜେଡ଼ି ରାଜନୀତିକୁ ଆହୁରି ଗୋଳିଆ କରିଛି। ପୃର୍ବରୁ ଦେବାଶିଷ ପାଣ୍ଡିଆନ ଙ୍କୁ ତୀବ୍ର ସମାଲୋଚନା କରୁଥିବା ବେଳେ ସୁବାସ ତାଙ୍କୁ କଡା କାଉଣ୍ଟର କରୁଥିଲେ। ହେଲେ ଏମିତି କଣ ହେଲା କେଜାଣି ଉଭୟେ ଏବେ ପୁରା ଚୁପ୍।

ସେହିପରି କଟକ ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏବଂ ତାଙ୍କ ଝିଅ ବିଧାୟିକା ସୋଫିଆ ଫିରଦୋସ କଂଗ୍ରେସରୁ ନିଲମ୍ବନ ହେବା ପରେ ନୂତନ ଦଳ ଓଡିଶା ଜନତା କଂଗ୍ରେସ ଗଠନ କରି ନୂଆ ରାଜନୈତିକ ଇନିଙ୍ଗସ୍ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ବିଜେପି ତାର ଫାଇଦା ପାଇଁ ଉଭୟ ଦଳ ଉପରେ ତୀକ୍ଷ୍ମ ଦୃଷ୍ଟି ରଖି ଗୋଟି ଚାଳନା ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *