ହନୁମାନଜୀଉ ଙ୍କ ର ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ କଳସ ଶୋଭାଯାତ୍ରା

ଭୁବନ,୨୩/୦୪/୨୦୨୬ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ଲତବିଲ ସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉ ଙ୍କ ର ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଗୁରୁବାର ଅପରାହ୍ନରେ ରାମ ମନ୍ଦିର ରେ ପୂଜାର୍ଚ୍ଚନା କରି ଶତାଧିକ ମହିଳା, ପୁରୁଷ ବେଣାଗାଡିଆ ରୁ ପବିତ୍ର ଜଳ ନେଇ ସହର ପରିକ୍ରମା କରି ଘଟ ସ୍ଥାପନ କରିଥିଲେ। ପରେ ଅଙ୍କୁରାରୋପଣ , ମଣ୍ଡଳ ବିନ୍ୟାସ,ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା କାଲି ଶୁକ୍ରବାର ଗୋପୂଜା,ସୂର୍ଯ୍ୟପୂଜା, ଶାଳପୂଜା,ଅଗ୍ନି ପୂଜନ, ବାସ୍ତୁ ମଣ୍ଡଳ ପୂଜା,ମହାସ୍ନାନ,ଧ୍ୱଜା ସ୍ଥାପନ ଓ ନାମ ସଂକୀର୍ତ୍ତନ ପରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଟିତ ହେବ। ୨୫ ତାରିଖ ଚଣ୍ଡୀପାଠ,ପୂର୍ଣ୍ଣାହୂତି ଓ ସଂକୀର୍ତ୍ତନ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *