କଥା ରଖିଲେ ରେଳମନ୍ତ୍ରୀ, କନ୍ଦରପୁର ରେଲୱେ ଷ୍ଟେସନରେ ଖୋଲିଲା ରିଜର୍ଭଭେସନ କାଉଣ୍ଟର

କଟକ ସଦର,୨୧/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ୨୮ ତାରିଖ ଦିନ କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଏଵଂ ଯଶପଡା ଠାରେ ଵିଜେପିର ଏକ ମିଶ୍ରଣ ପର୍ବରେ ଯୋଗ ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ ଯେ କନ୍ଦରପୁର ରେଲୱେ ଷ୍ଟେସନରେ ଏକ ରିଜର୍ଭଭେସନ କାଉଣ୍ଟର ଖୋଲାଯିବ। ଏହି ପରିପ୍ରେକ୍ଷୀରେ ଘୋଷଣାର ମାତ୍ର ୨୦ ଦିନରେ ଅର୍ଥାତ୍ ଆଜି ବୁଧବାର ଦିନ ରେଳମନ୍ତ୍ରୀଙ୍କ କଥା ଅନୁସାରେ ରିଜର୍ଭଭେସନ କାଉଣ୍ଟର ଖୋଲାଯାଇଥିବା ଜଣାପଡିଛି। ଏହାକୁ କନ୍ଦରପୁର ରେଲୱେ ଷ୍ଟେସନ ମାଷ୍ଟର ବି କେ ମହାନ୍ତି ଓ ପାରାଦୀପ ସି ଏମ୍ ଆଇ ଏ କେ ନାୟକ ଉଦଘାଟନ କରିଛନ୍ତି। ଏହା ଦ୍ୱାରା ଦୁର ଦୁରାନ୍ତକୁ ଯିବା ଆସିବା ପାଇଁ ରିଜର୍ଭଭେସନ ଟିକେଟ କରିଵାକୁ ଆଉ କଟକ ଭୁବନେଶ୍ବର ଭଳି ଷ୍ଟେସନକୁ ଯାତ୍ରୀମାନଙ୍କୁ ଯିବାକୁ ପଡିବ ନାହିଁ। ଏଥିପାଇଁ କଟକ ସଦର ଵିଜେପି ପକ୍ଷରୁ ରାଜ୍ୟ ଵିଜେପି ମୁଖପାତ୍ର ଦିଲ୍ଲିପ ମଲ୍ଲିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ଜିଲ୍ଲା ଵିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, କଟକ ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ କୃତଜ୍ଞତା ଜଣାଇଛନ୍ତି  ।

Leave a Reply

Your email address will not be published. Required fields are marked *