ଫୁଲନଖରା,୦୩/୦୨/୨୦୨୪ (ଓଡ଼ିଶା ସମାଚାର)- ବ୍ରାହ୍ମଣଝରିଲା ସ୍ଥିତ ପେଟାଲ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଡେପୁଟି କମାଣ୍ଡାଂଟ ଲଳିତେନ୍ଦୁ ମହାନ୍ତି , ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଗୁପ୍ତା ମହାକୁଡ଼, ମୁଖ୍ୟ ବକ୍ତା ପେଟାଲ ଗୃପର ଚେୟାରମ୍ୟାନ ପର୍ଶୁରାମ ପାଣିଗ୍ରାହୀ, ପେଟାଲ ଗୃପର ଟ୍ରଷ୍ଟି ପ୍ରିୟଦର୍ଶିନୀ ରଥ ଓ ପ୍ରିନ୍ସିପାଲ ସଦାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ଯୁଗରେ କମ୍ପ୍ୟୁଟରର ବହୁଳ ବ୍ୟବହାର ଯୋଗୁ ଇଂରାଜୀ ଭାଷାକୁ ବିଶେଷ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ଓ ସାଧନା କଲେ ସିଦ୍ଧି ମିଳେ ବୋଲି ପ୍ରକାଶ କରିଥିଲେ। ଏହି ଅଞ୍ଚଳରେ ପେଟାଲ ଇଣ୍ଟରନ୍ୟାସନାଲ ସ୍କୁଲ ପିଲାଙ୍କ ଭବିଷ୍ୟତ ଗଢିବାରେ ଗୁରୁତ୍ବ ବହନ କରୁଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଷ୍ଟୁଡେଣ୍ଟ ଅଫ ଇୟର, କ୍ରୀଡା, ବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ କୃତି ଅଭିଭାବକ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆହୁରି ରଙ୍ଗୀନ ହୋଇଥିଲା ଯେତେବେଳେ ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପେଟାଲ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ଏହି କାର୍ଯ୍ୟକ୍ରମର ମଜା ନେଇଥିବା ବେଳେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।