ଲୋକନାଥ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ଆଲୁମିନି ମିଟ୍ 

ଗରଦପୁର, ୨୩/୭/୨୦୨୪ (ଓଡ଼ିଶା ସମାଚାର)-କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଓଡ଼ିଆ ବିଭାଗର ପୁରାତନ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଏକ ଆଲୁମିନି ମିଟ୍ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼ ବିଚିତ୍ରାମଂଜରୀ ତ୍ରିପାଠୀ ପୌରୋହିତ୍ୟ କରିଥିଲେ । ୧୯୯୫ ରୁ ୨୦୨୪ ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ । ପୁରାତନ ଛାତ୍ର ଛାତ୍ରୀ ଭାବ ବିହ୍ୱଳ ହୋଇ ଆଲୁମିନି ବୈଠକରେ ନିଜ ନିଜର ସ୍ମୃତି ଓ ଅନୁଭୂତି ପରସ୍ପର ମଧ୍ୟରେ ବାଂଟି ଥିଲେ । ଆଲୁମିନି ଉତ୍ସବ ସମ୍ପର୍କରେ ପ୍ରାଧ୍ୟାପକ ସୁରେନ୍ଦ୍ର ମହାରଣା ଆଲୋକପାତ କରିଥିଲେ । ଉତ୍ସବରେ ପ୍ରଥମ ବର୍ଷର ଆଲୁମିନି ଅଧ୍ୟାପିକା ଚିନ୍ମୟୀ ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ପୁରାତନ ଛାତ୍ର ସତ୍ୟବ୍ରତ ମିଶ୍ର ବେଦପାଠ କରିଥିଲାବେଳେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ସାଗର ମଲିକ ନୃତ୍ୟ ପରିବେଶଣ କରିଥିଲେ । ପରିଶେଷରେ ଡ଼ ସ୍ନେହାଂଜଳି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *