ଓଡ଼ିଶା ଯାତ୍ରା ଶ୍ରମିକ ମହାସଂଘ ର ବିଭିନ୍ନ ଦାବି ନେଇ କୁଆଖିଆରେ ସାମ୍ବାଦିକ ସମ୍ମିଳନୀ ।

ଯାଜପୁର,୨୨/୬/୨୦୨୪ (ଓଡ଼ିଶା ସମାଚାର)- ମାଲିକ ମାନଙ୍କ ନିକଟରେ ବିଭିନ୍ନ ଦାବି ନେଇ ଆଜି କୁଆଖିଆ ସୂର୍ଯ୍ୟ ଲଜ୍ ଠାରେ ଓଡିଶା ଯାତ୍ରା ଶ୍ରମିକ  ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଯାତ୍ରା ପାର୍ଟିରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସର୍ବନିମ୍ନ ଦଶ ହଜାର ଦରମା , ବୀମା ସହାୟତା , ଯାତାୟତ ଖର୍ଚ୍ଚ ଓ ଗୃହ ପ୍ରଦାନ ଦାବିରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ର ରାଜ୍ୟ ସଭାପତି  ବସନ୍ତ କୁମାର ବେହେରା ,ସମ୍ପାଦକ ଆଦିତ୍ୟ ଜେନା ଙ୍କ ସମେତ  କମଳାକାନ୍ତ ମହନ୍ତ , ନିରାକାର ନାୟକ , ପପୁ ରାଉତ ,ରବି ସିଂ , ରବୀନ୍ଦ୍ର ମହନ୍ତ , ରାଜେଶ ନାୟକ , ବାପୁଜୀ ବିଶ୍ଵାଳ , ଧିରେନ୍ ମହନ୍ତ , ଦିଲୁ ମଲ୍ଲିକ ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇ ସେମାନଙ୍କ ଦାବି ସମ୍ପର୍କରେ ଆଲୋକପାତ କରିଥିଲେ।

ରାଜ୍ୟର ସମସ୍ତ ଯାତ୍ରା ପାର୍ଟି ର ମାଲିକ ମାନଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ଉକ୍ତ ଦାବି ଗୁଡ଼ିକୁ ଯଥା ସମ୍ଭବ ପୁରଣ କରି ସେମାନଙ୍କୁ ସହଯୋଗ କରିବା ଦିଗରେ ହାତ ବଢାଇଲେ ସେମାନେ ବେଶ ଖୁସିରେ ଚଳିବେ ।

 

Leave a Reply

Your email address will not be published. Required fields are marked *