ଇରାଙ୍କ ସଂଗୀତରେ ଝୁମିଲେ ଛାତ୍ରଛାତ୍ରୀ

ନିମାପଡ଼ା, ୨୮/୧୨/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟିକା ଇରା ମହାନ୍ତିଙ୍କ ସଂଗୀତ ମୂର୍ଚ୍ଛନାରେ ଝୁମିଲେ ଛାତ୍ରଛାତ୍ରୀ । ପ୍ରଥମେ ପୂର୍ବାହ୍ନ ୧୧ ଘଟିକା ସମୟରେ ଆଲମୁନି ଆସୋସିଏସନ ଦ୍ୱାରା ଆୟୋଜିତ ନିମାପଡ଼ା ସ୍ୱଂୟ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହର ଦ୍ୱିତୀୟ ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ମନ୍ତ୍ରୀ ଗୃହ, ସୂଚନା ଓ ପ୍ରଯୁକ୍ତି,କ୍ରୀଡା ଓ ଯୁବବ୍ୟାପାର ତୁଷାର କାନ୍ତି ବେହେରା । ସମ୍ମାନୀୟ ଅତିଥି ଭାବେ ବିଧାୟକ ସମୀର ରଞ୍ଜନ ଦାଶ, ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ ଯୋଗଦେଇଥିଲେ । ଅଧ୍ୟକ୍ଷ ଶ୍ରୀମତୀ ପୁଷ୍ପିତା ରାଜଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହିରକ ଜୟନ୍ତୀ ସମାରୋହରେ “କଠିନ ପରିଶ୍ରମ ହିଁ ସଫଳତାର ମୂଳ ମନ୍ତ୍ର ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା କହିଥିଲେ । ସ୍ବପ୍ନ ଦେଖି ତାକୁ କାର୍ୟ୍ୟରେ ପରିଣତ କରିବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ପରାମର୍ଶ ଦେଇଥିଲେ ବିଧାୟକ ସମୀର ଦାଶ । ନିଷ୍ଠା ଓ ଏକାଗ୍ରତା ସହ କାର୍ୟ୍ୟକଲେ ସଫଳତା ଆପେ ଆପେ ଆସିଵ ବୋଲି ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଜଗତ ପ୍ରସାଦ ସାବୁତ ଯୋଗଦେଇ ଛାତ୍ରମାନେ ଶୃଙ୍ଖଳିତ ହୋଇ କାର୍ୟ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମେ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷପର୍ୟ୍ୟାୟରେ ମେଲୋଡି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇରା ମହାନ୍ତିଙ୍କ ସଂଗୀତର ତାଳେ ତାଳେ ଛାତ୍ରଛାତ୍ରୀ ମାନେ ମସଗୁଲ ହୋଇପଡ଼ିଥିଲେ । ପ୍ରଶାସନିକ ଅଧିକାରୀ ରବୀନ୍ଦ୍ର ପାଢ଼ୀ, ଅଧ୍ୟାପକ ସୁବ୍ରତ ମହାନ୍ତି,ମାନସ ରଞ୍ଜନ ମହାନ୍ତି ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ବିଶେଷକରି ଏନସିସି କ୍ୟାଡେଟ ଶାନ୍ତିଶୃଙ୍ଖକା ଦାୟିତ୍ୱରେ ରହିଥିଲେ ।

Leave a Reply

Your email address will not be published. Required fields are marked *