ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ କସର୍ଦାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ନିଆଳୀ,୦୩/୦୨/୨୦୨୪ (ଓଡ଼ିଶା ସମାଚାର)-ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରାଯାଇଛି। ଶିକ୍ଷା କ୍ଷେତ୍ରରେ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ଓ ବିଭିନ୍ନ ଶିକ୍ଷା ଅଧିକାରୀ ତଥା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ତା ୩୧.୦୧.୨୦୨୪ ରିଖ, ବୁଧବାର ଦିନ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଏକ ଭବ୍ୟ ସମାରୋହ କରାଯାଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। କଟକ ଜିଲ୍ଲା ନିଆଳୀ ବ୍ଲକର ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ, କସର୍ଦାକୁ ଦୁଇଟି ରାଜ୍ୟସ୍ତରୀୟ ପୁରସ୍କାର ଯଥା ଶ୍ରେଷ୍ଠ କୃତୀ ଛାତ୍ରୀ ସସ୍ମିତା ପୁହାଣଙ୍କୁ ଟ୍ରଫି ଓ ମାନପତ୍ର ମିଳିବା ସହିତ ଏକ ଲକ୍ଷ ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିସହିତ ବିଦ୍ୟାଳୟକୁ ଜିଲ୍ଲା ସ୍ତରରେ ଶ୍ରେଷ୍ଠତ୍ଵ ନିମନ୍ତେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭାବେ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର ଓ ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ଜେନା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି। ବିଦ୍ୟାଳୟର ବରିଷ୍ଠ  ଶିକ୍ଷୟିତ୍ରୀ ଭାବେ ଶ୍ରୀମତୀ ରୋଜାଲିନ ସ୍ଵାଇଁ ବିଦ୍ୟାଳୟ ପୁରସ୍କାର ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପୁହାଣ ପରିଚାଳନା କମିଟି ପୁରସ୍କାର ଗ୍ରହଣ କରିଛନ୍ତି।ଏଥିସହ ପ୍ରତ୍ୟେକ ଆର୍ଥିକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଦ୍ୟାଳୟର ଅନ୍ୟତମ ସାତଜଣ କୃତୀ ଛାତ୍ରଛାତ୍ରୀ ଙ୍କୁ ଦଶମ ବୋର୍ଡ଼ ପରୀକ୍ଷା ୨୦୨୩ ରେ କୃତିତ୍ୱ ନିମନ୍ତେ ମଧ୍ୟ ବ୍ଲକ୍ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରାଯାଇଛି ଓ ଦୁଇଜଣ ଛାତ୍ର ଛାତ୍ରୀ ଙ୍କୁ ଲିଡରସିପ୍ ଆଓ୍ଵାଡ ପାଇଁ ମଧ୍ୟ ଚୟନ କରାଯାଇଛି। ଏହିପରି ଭାବେ ଚଳିତବର୍ଷ ବିଦ୍ୟାଳୟ କୁ ୨ଟି ରାଜ୍ୟ ସ୍ତରୀୟ , ୩ ଟି ଜିଲ୍ଲା ସ୍ତରୀୟ, ୭ଟି ବ୍ଲକ୍ ସ୍ତରୀୟ ଓ ୨ଟି ବିଦ୍ୟାଳୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି, ଯାହାକି ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି।

ଏଥିପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ପରିଚାଳନା କମିଟି ସଭ୍ୟ ସଭ୍ୟତା, ଅଭିଭାବକ, ଶିକ୍ଷାବିତ, ମୋ ସ୍କୁଲ କମିଟି ସଦସ୍ୟ, କସର୍ଦା ଗ୍ରାମ ପଞ୍ଚାୟତର ସମସ୍ତ ସଦସ୍ୟ ବୃନ୍ଦ ତଥା ସରପଞ୍ଚ ଶ୍ରୀଯୁକ୍ତ ସୁରେଶ ପଟ୍ଟନାୟକ ପ୍ରମୁଖ ସମସ୍ତ ବ୍ୟକ୍ତି ବିଶେଷ ଙ୍କ ଅବଦାନ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ଓ ଅଭିନନ୍ଦନ ଅର୍ପଣ କରାଯାଇଛି। ନିଆଳୀ ବ୍ଲକ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ମହାପାତ୍ର, ସହ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ସିଂହ ଓ ଶ୍ରୀମତୀ ହିରଣ୍ମୟୀ ମିଶ୍ର ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ମଙ୍ଗଳ ପ୍ରସାଦ ମହାପାତ୍ର ଓ ଶ୍ରୀଯୁକ୍ତ ଅଜୟ କୁମାର ପ୍ରଧାନ ତଥା ଅଫିସ ସହାୟକ ଶ୍ରୀଯୁକ୍ତ ଅଜିତ୍ କୁମାର ମହାପାତ୍ର ଓ ସି ଆର ସି ସି ଶ୍ରୀଯୁକ୍ତ ରମାକାନ୍ତ ମଲ୍ଲିକ ଙ୍କୁ ନେଇ ଗଠିତ କମିଟି ଯାହାକି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ, ସେମାନଙ୍କୁ ବିଶେଷ ଧନ୍ୟବାଦ ଦିଆଯିବା ସହ ଭୂୟସୀ ପ୍ରଶଂସା କରାଯାଇଛି। ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷା କର୍ମଚାରୀ, ଶିକ୍ଷାବିତ ତଥା ପରିଚାଳନା କମିଟି ସଦସ୍ୟ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ରେ କସର୍ଦା ଗ୍ରାମ ପଞ୍ଚାୟତ ତରଫରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ ବିଦ୍ୟାଳୟ ର ଉନ୍ନତି କାମନା କରାଯିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରଯାଇଥିଲା।

Leave a Reply

Your email address will not be published. Required fields are marked *