ଭାଷା ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂକ୍ରାନ୍ତରେ  ନୂଆ-ଓ ର ଆଲୋଚନା ଚକ୍ର

ଯାଜପୁର,୨୫/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର):- ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଅଭିମନ୍ୟୁ ବାଲିଆ ,ଯାଜପୁର ପକ୍ଷରୁ  ଅନୁଷ୍ଠାନ ପରିସରରେ ନୂଆ-ଓ ଆନୁକୁଲ୍ୟରେ  ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଏକ ସାହିତ୍ୟ ଆଲୋଚନା ଚକ୍ର ଅଧ୍ୟକ୍ଷ ମଳୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥଙ୍କ ଅଦ୍ୱିତୀୟ  ପରିକ୍ରମା ପ୍ରକଳ୍ପ କଥାବସ୍ତୁର ପ୍ରଚାର ପ୍ରସାର ଉଦେଶ୍ୟ ରେ  ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ସହଯୋଗରେ ଆୟୋଜିତ ଏହି ସଭାରେ “ଓଡିଆ ଭାଷା ଓ ସାହିତ୍ୟର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ”ସଂପର୍କରେ ମୁଖ୍ୟ ଅତିଥି ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଲେଙ୍କା ପୃଥିବୀର ଭାଷା ର୍ୟାକିଙ୍ଗ ରେ ଓଡିଆ ଭାଷାର ସ୍ଥାନ ଅତ୍ୟନ୍ତ ଉଚ୍ଚରେ ଓ ମହତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ । ମୁଖ୍ୟବକ୍ତା ପ୍ରାଧ୍ୟାପକ ଡ. ବନୋଜ କୁମାର ବିଶ୍ୱାଳ ଓଡିଆ ଭାଷାରେ ପ୍ରକାଶିତ ପତ୍ରିକା ପ୍ରତି ପଠନର ମମତା ବୋଧ ବଢାଇବା ସହ ଭାଷା ପ୍ରିତୀକୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ତଥା କାର୍ୟ୍ୟକ୍ରମର ସଂଯୋଜକ ଅନୁଷ୍ଠାନ  ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ କୁମାର ଦାସ ମାତୃଭାଷାରେ ସାର୍ବଜନୀନତା ସମ୍ବନ୍ଧରେ ନିଜର ଆଲୋଚନା ବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ଦାଶ ଦୈନନ୍ଦିନ ଚଳଣିରେ ପାଶ୍ଚାତ୍ୟ ବାହାର ବ୍ୟବହାରକୁ କମ୍ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ପ୍ରଗତୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ମନ୍ମଥ କୁମାର ଜେନା ଧନ୍ୟବାଦ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନା ରେ ବିଦଗ୍ଦ କବି ସେବକ ଶରତ କୁମାର ଜେନା ସହଯୋଗ କରିଥିଲେ । ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶା ଲୋକକଳା ସମ୍ବନ୍ଧିୟ ଲୋକନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *