ଲକ୍ଷ୍ମୀପୁର ୧୫/୦୪/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା)-ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମଙ୍ଗଳବାର ଦିନ ସଭାପତି ଧନୁର୍ଦ୍ଧର ବିଶୋଇ ଙ୍କ ତତ୍ୱାବଧାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଯୋଗ ଦେଇଥିବା ବେଳେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ଗୋଷ୍ଠୀ ଶିକ୍ଷା ଅଧିକାରୀ ରିତା ମହାନ୍ତି,ବିଦ୍ୟାଳୟ ପରିଚାଳନା ସମ୍ପାଦକ ମୀନକେତନ ନାୟକ, ହେମନ୍ତ କୁମାର ବିଶୋଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯେକେପୁର ଗୋପବନ୍ଧୁ ଦ୍ବିଭାଷୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।
ଅତିଥି ମାନଙ୍କ ଦ୍ଵାରା ଠାକୁର ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା। ମଞ୍ଚାସିନ ଅତିଥି ମାନେ କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟ କାମନା କରି ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଏହି ବାର୍ଷିକ ଉତ୍ସବ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟା ବିଜୟ ଲକ୍ଷ୍ମୀ ମିଶ୍ର ଓ ଆଚାର୍ଯ୍ୟା ମୀନାକ୍ଷୀ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
