କଟକ ସଦର,୧୫/୦୪/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରେ ଆଜି ବୁଧବାର ଦିନ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ଅନୁଷ୍ଠିତ ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ୮ ଗୋଟି ପଞ୍ଚାୟତର ଜନ ଅଭିଯୋଗ ଶୁଣାଣୀ ହୋଇଯାଇଛି।

ଏଥିରେ ମାତ୍ର ୨୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବିଧାୟକ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସୁପାରିଶ କରିଥିଲେ। ଏଥିରେ ସଦର ଵିଡିଓ ପ୍ରତୀକ ସାହୁ ଯୋଗ ଦେଇଥିବା ବେଳେ ଶିବିର ପରିଚାଳନା ରେ ପରିଚାଳନାରେ ତହସିଲଦାର କ୍ଷିରୋଦ କୁମାର ଦାଶ, ଅତିରିକ୍ତ ତହସିଲଦାର ଜୈ।ତିରଂଜନ ବେହେରାଙ୍କ ସମେତ ତହସିଲର ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ।
