ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା

ଭୁବନେଶ୍ୱର,୦୫/୧୨/୨୦୨୫ (ଓଡ଼ିଶା ସମାଚାର)-  ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା ଏବଂଶାରିରୀକ ବିକାଶ ପାଇଁ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ବୋଲି ଶିଶୁ ଅନନ୍ତ ମହାବିଦ୍ୟାଳୟର  ଅଠଚାଳିଶତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନାଦୃତ ପ୍ରଶାସନିକ ଅଧିକାରିଣୀ ତଥା ବାଲିପାଟଣା ତହସିଲଦାର କଳ୍ପନା ଦାସ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ମହାବିଦ୍ୟାଳୟର   କର୍ତ୍ତବ୍ୟକର୍ମ ପ୍ରବୀଣା ଅଧ୍ୟକ୍ଷା ଡଃ ମଧୁମତୀ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ତଥା ପୂଜ୍ୟପୂଜା ସଂସ୍କୃତି ପ୍ରାଣ , ଯୋଗଶିକ୍ଷା ବିଶେଷଜ୍ଞ ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ  ପ୍ରାୟତଃ ଛଅ ହଜାର ବର୍ଷ ପୂର୍ବେ  ଆମ ଓଡ଼ିଶାରେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି , ଯାହା ସମ୍ପ୍ରତି ବିଶ୍ବକୀକରଣ ହୋଇ ସାରିଛି , ପ୍ରତିବର୍ଷ ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି ଯେ , ତାହା ଯୋଗଶିକ୍ଷା ଏବଂ ଶରୀରଚର୍ଯ୍ୟା ଶିକ୍ଷା ।

ସିନ୍ଧୁ ଉପତ୍ୟକା ସଭ୍ୟତାରୁ ମିଳିଥିବା ମୁଦ୍ରାରେ ଯୋଗାସନରେସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ । ଋକ ବେଦରେ ମଧ୍ୟ ଯୋଗର ଉଲ୍ଲେଖ ମିଳିଥାଏ । ବିଭିନ୍ନ ଉପନିଷଦରେ ଥିବା ବର୍ଣ୍ଣନା ଅନୁଯାୟୀ ଯୋଗର ବ୍ୟବହାର ବହୁ ପୁରାତନ । ବୌଦ୍ଧସୂତ୍ର ମାନଙ୍କରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି । ତେବେ, ପତଞ୍ଜଳିଙ୍କ ଯୋଗସୂତ୍ର ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ, ଯାହା ଯୋଗର ମାନସିକ ଓ ଦାର୍ଶନିକ ବାଖ୍ୟା କରିଥାଏ । ବୈଦିକ ଷଡଦର୍ଶନ ମଧ୍ୟରୁ ଯୋଗ ଅନ୍ୟତମ, ଯାହା ପତଞ୍ଜଳୀଙ୍କ ଯୋଗସୂତ୍ର ଉପରେ ଆଧାରିତ । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଭଗବତ୍ ଗୀତାରେ ବିସ୍ତୃତ ବର୍ଣ୍ଣନା ରହିଛି ଏବଂ ଯୋଗ ପାରମ୍ପରିକ ବୈଦିକ ସଡ଼ ଦର୍ଶନ ମଧ୍ୟରେ ଅନ୍ୟତମ ବୋଲି ଗାୟକ ଆହ୍ଲାଦ ମତବ୍ୟକ୍ତ କରିଥିଲେ ।

  ଅଧ୍ୟକ୍ଷା ଡଃ ମଧୁମତୀ ରଥ ନିଜର ସଭାପତିତ୍ବ ଅଭିଭାଷଣରେ କହିଥିଲେ ଯେ କ୍ରୀଡା ମାନବ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଏହାର ମହତ୍ୱ ଅଛି । ଜଣେ ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ୱ ଗଠରେ ଏହା ସହାୟକ । ରାଜ୍ୟ ରାଜ୍ୟ ଓ ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାର ମାଧ୍ୟମ ହେଇଛି କ୍ରୀଡା ।

ଅଧ୍ୟାପିକା ଚାନ୍ଦ ବିବି ନିଜ ବକ୍ତବ୍ୟରେ କହିଥିଲେ ଯେ କ୍ରୀଡା ଦୁଇ ଅକ୍ଷର ଶବ୍ଦଟିଏ, କିନ୍ତୁ ତାର ମହତ୍ୱ ଏତେ ବ୍ୟାପକ ଯେ ସମସ୍ତଙ୍କୁ ନିଜର କରିନିଏ । ବ୍ୟକ୍ତି ଭିତରେ ଶକ୍ତି ଓ ଉନ୍ମାଦନର ଆଶାକୁ କରିଦିଏ ଜାଗ୍ରତ । ଏହି ହାଡ, ମାଂସର ଶରୀର ଭିତରେ ଢାଳିଦିଏ ଅସରନ୍ତି ଆନନ୍ଦ ଓ ଉଲ୍ଲାସ । ମନୁଷ୍ୟ ଶରୀରକୁ ସୁସ୍ଥ, ଫୁର୍ତି ତଥା ସ୍ୱାସ୍ଥ୍ୟବାନ ରଖିବା ନିମନ୍ତେ କରାଯାଉଥିବା ଖେଳକୁଦ ଓ କସରତକୁ ବିଦ୍ୟାର୍ଥୀ ଜୀବନର ଏକ ଶୈକ୍ଷିକ ବିଭବ କଲେ ହିଁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ ।

ବାସ୍ତବରେ  କ୍ରୀଡା ଶିକ୍ଷା ଏବଂ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବୋଲି ରଖିଥିଲେ ଅଭିମତ । ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା, ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ଦେଇଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଶତ୍ରୁଘ୍ନ ଦାଶ , ଅଧ୍ୟାପିକା ଡଃ ମୀନତି ମହାପାତ୍ର, ଅଧ୍ୟାପିକା ସମର୍ପିତା ଷଡ଼ଙ୍ଗୀ,ଅଧ୍ୟାପକ ବିଜୟ କୁମାର ଶତପଥୀ, ଅଧ୍ୟାପିକା ଲିଜିନା ସାହୁ , ଅଧ୍ୟାପିକା ଭୁବନେଶ୍ୱରୀ ରଥ , ଅଧ୍ୟାପକ ଲକ୍ଷ୍ମୀଧର ସେଠୀ , ଅଧ୍ୟାପିକା ଡଃ ସୁଜାତା କୁମାରୀ ସାହୁ , ଅଧ୍ୟାପିକା ସସ୍ମିତା ବିଶ୍ବାଳ , ଅଧ୍ୟାପକ ସୁବ୍ରତ କୁମାର ନାୟକ  ।  ସାଂସ୍କୃତିକ ପ୍ରତିଯୋଗିତାରରେ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ସ୍ମୃତି ମହାପାତ୍ରଙ୍କୁ ମୁଖ୍ୟ ଅତିଥି ସ୍ବତନ୍ତ୍ର ଭାବେ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମହାବିଦ୍ୟାଳୟର ପଞ୍ଜିକା ଉନ୍ମୋଚନ କରିଥିଲେ ।

Leave a Reply

Your email address will not be published. Required fields are marked *