ଭୁବନେଶ୍ୱର,୦୫/୦୯/୨୦୨୫(ଓଡ଼ିଶା ସମାଚାର)- ସରକାରୀ ଅଫିସରେ ବିଏସଏନଏଲ ନେଟୱର୍କ ବ୍ୟବହାର ବାଧ୍ୟତାମୂଳକ ହେବ । ଏନେଇ କଡ଼ା ନିର୍ଦ୍ଧେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ ପରେ ସବୁ ବିଭାଗକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗ ଚିଠି ଲେଖିଛି । ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବିଏସଏନଏଲ ଇଂଟରନେଟ ବ୍ୟବହାର ହେବ । ଏଥିସହ ବିଏସଏନଏଲ ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଓ ଲିଜ ଲାଇନ ବ୍ୟବହାର ହେବ । ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ପରେ ନିର୍ଦ୍ଧେଶାବଳୀ ଜାରି କରିଛି ସମବାୟ ବିଭାଗ । ରାଜ୍ୟର ସମସ୍ତ ଡିଆରସିଏସ୍, ଏଆରସିଏସ୍ ଙ୍କୁ ସମବାୟ ନିର୍ଦ୍ଧେଶକ ଚିଠି ଲେଖିଛନ୍ତି ।ଏନେଇ ଆସନ୍ତା ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ହୋଇଛି ।
ସରକାରୀ ଅଫିସରେ ବିଏସଏନଏଲ ବାଧ୍ୟତାମୂଳକ
