ଗୁରୁ ଦିବସ ରେ ଗୁରୁ ଙ୍କୁ ସମ୍ବର୍ଦ୍ଧନା 

ଭୁବନ, ୦୫/୯/୨୦୨୪ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ରେ ମହାଡମ୍ବରରେ ଗୁରୁଦିଵସ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ମନ୍ଦିର ର ପ୍ରଥମ ଗୁରୁଜୀ ପ୍ରାଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପାଣି ଓ ପ୍ରଥମ ଗୁରୁମା ଶ୍ରୀମତୀ ପ୍ରେମଲତା ଯେନା କଅଁର କୁ ଅନୁଷ୍ଠାନ ତରଫରୁ ଗ୍ରାମର ପୂର୍ବତନ ସଂପାଦକ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଅଚ୍ୟୁତାନନ୍ଦ ସାହୁ ଓ ଅନୁଷ୍ଠାନ ର ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ନିରୁପମା ମହାନ୍ତି ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀଯୁକ୍ତ ପାଣି ଙ୍କୁ ଅନୁଷ୍ଠାନର ବରିଷ୍ଠା ଶିକ୍ଷୟିତ୍ରୀ ଶ୍ରୀମତୀ ଅହଲ୍ୟା ବାରିକ୍ ଷ୍ଟାଫ୍ ଙ୍କ ତରଫରୁ ପାଣି ଦମ୍ପତିଙ୍କ ଆକର୍ଷଣୀୟ ଚିତ୍ର ଫଳକ ପ୍ରଦାନ କରିଥିଲେ। ପ୍ରାରମ୍ଭରେ  ପୂର୍ବତନ ସରପଞ୍ଚ ଶ୍ରୀମତୀ ଖୁଲଣାରାଉତ, ଶ୍ରୀ ଅଦୈତ ସାହୁ, ଶ୍ରୀ ଭୀମସେନ ସାହୁ, ଶ୍ରୀ ବିକ୍ରମାଦିତ୍ୟ ଵେହେରା ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ। ପିଲାମାନେ ଵେଦପାଠ, ଗୁରୁବନ୍ଦନା ଗାନକରି ସମସ୍ତ ଅତିଥି ଓ ସମସ୍ତ ଗୁରୁମାମାନଙ୍କୁ ପୂଜାର୍ଚ୍ଚନା କରି କଲମ ଉପହାର ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଶ୍ରୀ ଭୀମସେନ ସାହୁ ଗୁରୁ ଦିବସର ମାହାତ୍ମ୍ୟ ବିଷୟରେ କହି ପ୍ରାଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପାଣି ଯମୁନାକୋଟ ଗ୍ରାମରେ ବିବେକାନନ୍ଦ ଶିଶୁ ମନ୍ଦିର ଓ ଭାଗବତ ଟୁଙ୍ଗି ଦୁଇଟି ଅନୁଷ୍ଠାନ କୁ ରୂପରେଖ ଦେଇ ଵଞ୍ଚାଇ ରଖିଥିବାରୁ ଶ୍ରୀଯୁକ୍ତ ପାଣିଙ୍କର ଭୂୟସୀ ପ୍ରଶଂସା କରିଥିଲେ। ସଭାପତି ଅଚ୍ୟୁତାନନ୍ଦ ସାହୁ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାଣି ଵହୁ କଷ୍ଟ ସହ୍ୟ କରି  ବିବେକାନନ୍ଦ ଶିଶୁ ମନ୍ଦିର କୁ ଗଢିତୋଳିଛନ୍ତି ଏବଂ ସେ ଏକାଧାରାରେ ଅନୁଷ୍ଠାନ ର ଉଦ୍ୟୋକ୍ତା, ଶିକ୍ଷକ ଓ ସମ୍ପାଦକ ଵୋଲି ବକ୍ତବ୍ୟରେ କହିଥିଲେ। ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର କୁ ଅନ୍ୟାନ୍ୟ ଶିଶୁ ମନ୍ଦିର ଭଳି ଆଦର୍ଶ କରିଥିବାରୁ  ପାଣି ସାରଙ୍କର ଭୂୟସୀ ପ୍ରଶଂସା କରିଥିଲେ।ଗୁରୁମା ନିରୁପମା ନାୟକ ଅତିଥି ପରିଚୟ ଓ ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ନିରୁପମା ମହାନ୍ତି ଧନ୍ୟବାଦ ପ୍ରଦାନ କରି ସଭାକାର୍ଯ୍ୟ ସାଙ୍ଗ କରି ବିଦ୍ୟାଳୟ ରେ ପିଲାମାନଙ୍କ ମଧ୍ୟରେ ଭାଷଣ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ରଚନା ପ୍ରତିଯୋଗିତା କରିଥିଲେ।

Leave a Reply

Your email address will not be published. Required fields are marked *